ଓଡ଼ିଶାକୁ ଏଚସିଏଲ୍ ଟେକ୍ ଆସିବ ବୋଲି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାକୁ ଏଚସିଏଲ୍ ଟେକ୍ ଆସିବ ବୋଲି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀ ଇନଭେଷ୍ଟର ଟିମରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ HCL କର୍ତ୍ତୃପକ୍ଷଙ୍କୁ ଓଡ଼ିଶା ଆସି ପୁରୀ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି ।
ତିନି ଦିନିଆ ଦିଲ୍ଲୀ ଗସ୍ତରେ ଆସି ପ୍ରଥମ ଦିନରେ ନୋଏଡା HCL ଟେକ୍ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । HCL ଟେକ୍ ପରିଦର୍ଶନ ସହ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ । HCL ପ୍ରାଙ୍ଗଣରେ ନିମ ଗଛ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ।ଭୁବନେଶ୍ୱର କ୍ୟାମ୍ପସ ସହ ୟୁନିଭର୍ସିଟି କରିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ।ଓଡ଼ିଶାରେ ଆଇଟି ସେକ୍ଟରରେ ବିକାଶ ଓ ବୈଳ୍ପବିକ ପରିବର୍ତ୍ତନ ଆଣିବା ପାଇଁ ଯାଉଛନ୍ତି ରାଜ୍ୟ ସରକାର । ଏ ନେଇ କିଛିଦିନ ପୂର୍ବେ ଓଡ଼ିଶାକୁ ଆଇଟି ହବ୍ କରିବା ନେଇ ବଡ଼ ଘୋଷଣା କରିଥିଲେ ସରକାର ।
