ସାତକୋଶିଆ ନିଷିଦ୍ଧାଞ୍ଚଳରେ ପୁଣି ଉଡ଼ିଲା ହେଲିକପ୍ଟର, ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ପୁଣି ଚିଠି ଲେଖିଲା ବନ ବିଭାଗ

ସରକାର ସାତକୋଶିଆକୁ ବାଘ ଆଣିବାକୁ ଯୋଜନା ରଖିଛନ୍ତି ଓ ଏହାର ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। କିନ୍ତୁ ୧୧ ଦିନରେ ଏହି ନିଷିଦ୍ଧାଞ୍ଚଳରେ ୩ଥର ହେଲିକପ୍ଟର ଉଡାଣ କଲାଣି। ଗତକାଲି ହେଲିକପ୍ଟରଟି ଦିନ ସାଢେ ୧୦ଟା ସମୟରେ ଆଠମଲ୍ଲିକ ଅଞ୍ଚଳରୁ ଆକାଶ ମାର୍ଗରେ ଆସି ସାତକୋଶିଆ ଦେଇ ମହାନଦୀର ତଳ ଅଞ୍ଚଳକୁ ଯାଇଥିବା ସୂଚନା ମିଳିଛି।ବିମାନବନ୍ଦରକର୍ତ୍ତୃପକ୍ଷ ଓ ବନବିଭାଗ ଚିଠି ଦିଆନିଆରେ ତଦନ୍ତ ସୀମିତ ରଖୁଛନ୍ତି। ସରକାର ସାତକୋଶିଆକୁ ବାଘ ଆଣିବାକୁ ଯୋଜନା ରଖୁଛନ୍ତି ଓ ଏହାର ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ଖଚ୍ଚ କରୁଛନ୍ତି।

୧୧ ଦିନ ତଳେ ନିଷିଦ୍ଧାଞ୍ଚଳର ଆକାଶ ମାର୍ଗରେ ଉଡି ହେଲିକପ୍ଟରଟି କାହାର ଓ କାହାଠାରୁ ଅନୁମତି ପାଇ ସାତକୋଶିଆ ଗଣ୍ଡ ଉପରେ ଉଡାଇଥିଲେ ତାହାର ଉତ୍ତର କାହା ପାଖରେ ନାହିଁ ।ସୂଚନାଥାଉକି, କେତେବେଳେ, କେତେ ଅକ୍ଷାଂଶ ଓ ଦ୍ରାଘିମା ଏବଂ କେତେ ଉଚ୍ଚତାରେ ହେଲିକପ୍ଟରଟି ଉଡାଣ କରିଥିଲା ତାହାର ବିସ୍ତୃତ ରିପୋର୍ଟ ଦେବାକୁ ଭୁବନେଶ୍ଵର ବିମାନବନ୍ଦର କର୍ତ୍ତୃପକ୍ଷ ସାତକୋଶିଆ ବନଖଣ୍ଡ ଅଧିକାରୀଙ୍କୁ ଚିଠିରେ ଜଣାଇଥିଲେ। ସେହିପରି ଆମ ପରିଧି ଭିତରେ ସାତକୋଶିଆ ଅଞ୍ଚଳର ଆକାଶମାର୍ଗ ଯାଉ ନାହିଁ ବୋଲି ଝାରସୁଗୁଡା ବିମାନବନ୍ଦର କର୍ତ୍ତୃପକ୍ଷ ତାଙ୍କ ଉତ୍ତରରେ ଜଣାଇଥିଲେ ।

You might also like