ମହାଶିବରାତ୍ରିରେ ନିଶ୍ଚୟ କରନ୍ତୁ ଏହି କାମ
ମହାଶିବରାତ୍ରି ହେଉଛି ହିନ୍ଦୁମାନଙ୍କର ଏକ ବଡ଼ ପର୍ବ। ଶିବରାତ୍ରି ଭଗବାନ ଶିବଙ୍କୁ ସମର୍ପିତ। ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପର୍ବ ପାଳନ କରାଯାଏ । ଚଳିତବର୍ଷ ୨୬ ଫେବୃଆରୀ ୨୦୨୫ ବୁଧବାର ଦିନ ପଡ଼ୁଛି ମହାଶିବରାତ୍ରି । ଏହି ଦିନ ମହାଦେବଙ୍କ ଆଶୀର୍ବାଦ ପାଇବା ଏବଂ ତାଙ୍କୁ ପ୍ରସନ୍ନ କରିବା ପାଇଁ ସାରା ଦେଶରେ ଅଗଣିତ ଶିବ ଭକ୍ତ ଉପବାସ କରନ୍ତି। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଶିବରାତ୍ରୀରେ ଉପବାସ ପାଳନ କରିବା ଦ୍ବାରା ଜଣେ ଭକ୍ତଙ୍କର ପ୍ରତ୍ୟେକ ଇଚ୍ଛା ପୂରଣ ହୁଏ। ସେଥିପାଇଁ ଲକ୍ଷ ଲକ୍ଷ ଶିବ ଭକ୍ତ ଉପବାସ କରିଥାନ୍ତି । ଏମିତି କି ଅନେକ ଭକ୍ତ ନିର୍ଜଳା ଉପବାସ ମଧ୍ୟ କରିଥାନ୍ତି । ଶିବରାତ୍ରି ବ୍ରତ କରିବା ବେଳେ କେତେକ ଜିନିଷ ପ୍ରତି ବିଶେଷ ଗୁରୁତ୍ୱ ଦେବାକୁ ପଡ଼ିଥାଏ ।ବ୍ରତ ଦିନ ସକାଳୁ ଉଠି ସ୍ନାନାଦି କର୍ମ ସାରି ଘରେ କିମ୍ବା ମନ୍ଦିରକୁ ଯାଇ ଭଗବାନ ଶିବଙ୍କୁ ପୂଜା କରିବା ଉଚିତ୍ ।ମହାଶିବ ରାତ୍ରୀରେ ଉପବାସ ସମୟରେ ଶସ୍ୟ ଖାଇବା ନିଷେଧ। ତେବେ ଆସନ୍ତୁ ଜାଣିବା ଏମିତି ତିନୋଟି ଖାଦ୍ୟ ବିଷୟରେ ଯାହାକୁ ଶିବରାତ୍ରୀରେ ଖାଇଲେ ଉଚିତ୍ ନୁହେଁ। ଯାହା ଦ୍ବାରା ମହାଦେବ ରାଗିପାରନ୍ତି।
ଆଉ ଅନିଷ୍ଟ କରାନ୍ତି।ଆପଣ ପାଣି ସିଙ୍ଗଡ଼ା ଅଟାରୁ ପ୍ରସ୍ତୁତ ହାଲୱା, ପୁରୀ ଖାଇପାରିବେ। ଏହି ଦିନ ଆପଣ ଚା, କ୍ଷୀର ଏବଂ ଦହି ଖାଇପାରିବେ।ଏଗୁଡିକ ଖାଇବା ଠାରୁ ଦୂରେଇ ରୁହନ୍ତୁ- ଯେଉଁମାନେ ମହାଶିବ ରାତ୍ରୀରେ ଉପବାସ କରନ୍ତି ସେମାନେ ଭୁଲରେ ଗହମ, ଚାଉଳ ଏବଂ ଡାଲିରୁ ପ୍ରସ୍ତୁତ ଖାଦ୍ୟ ଖାଇବା ଉଚିତ୍ ନୁହେଁ। ଏହା କରିବା ଦ୍ୱାରା ଆପଣଙ୍କ ଉପରେ ଭଗବାନ ଅସନ୍ତୁଷ୍ଟ ହୋଇପାରନ୍ତି ।ତେବେ ଓଁ ନମଃ ଶିବାୟ ଜପ କରି ଶିବଲିଙ୍ଗରେ ଜଳ କିମ୍ବା କ୍ଷୀରରେ ଅଭିଷେକ ନିଶ୍ଚୟ କରନ୍ତୁ ।ମହାଶିବରାତ୍ରିରେ ବ୍ରତ ରଖିବା ବେଳେ ସବୁବେଳେ ସତ୍ୟାଚରଣ, ସଂଯମିତ ବ୍ୟବହାର ଓ ମଧୁର ଭାଷା କୁହନ୍ତୁ ।ରୁଦ୍ରାଭିଷେକ, ମହାରୁଦ୍ରାଭିଷେକ, ମହାମୃତ୍ୟୁଞ୍ଜୟ ମନ୍ତ୍ରର ଭଜନ କୀର୍ତ୍ତନ କରନ୍ତୁ । ତେବେ ଯେଉଁମାନେ ନିର୍ଜଳା ଉପବାସ କରନ୍ତି ସେମାନେ ତ ଖାଦ୍ୟ ଗ୍ରହଣ କରିନଥାନ୍ତି । କିନ୍ତୁ ଯେଉଁମାନେ କେବଳ ଉପବାସ କରନ୍ତି ସେମାନେ ପାଣି କିମ୍ବା ଜୁସ୍ ପିଇପାରିବେ । ମହାଶିବରାତ୍ରୀରେ ଆମିଷ ଖାଇବା ଆଦୌ ଉଚିତ ନୁହେଁ । ଏହି ଦିନ ମଦ୍ୟପାନ ମଧ୍ୟ କରନ୍ତୁ ନାହିଁ। ଯେଉଁମାନେ ମହାଶିବ ରାତ୍ରୀରେ ଉପବାସ କରନ୍ତି ସେମାନେ ଭୁଲ୍ରେ ମଧ୍ୟ କାହାକୁ ଦୁର୍ବ୍ୟବହାର କରିବା ଉଚିତ୍ ନୁହେଁ।
