ଶତ୍ରୁର ସବୁ ଚାଲ ଉପରେ ୨୪ ଘଣ୍ଟା ନଜର ରଖିଛି ୧୦ ସାଟେଲାଇଟ

ମଣିପୁର ଇମ୍ଫାଲରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ ଯୋଗଦେଇ ବଡ଼ ଦେଶବାସୀଙ୍କୁ ବଡ଼ ସୂଚନା ଦେଇଛନ୍ତି। ଇସ୍ରୋ ଭାରତର ସ୍ଥଳ ସୀମା ଏବଂ ଜଳ ସୀମା ଉପରେ ୨୪ ଘଣ୍ଟିଆ ନଜର ରଖିଥିବା ଇସ୍ରୋ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି।ଦେଶର ନାଗରିକଙ୍କ ସୁରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯାଇଥିବା କହିଛନ୍ତି Iସୁରକ୍ଷା ପାଇଁ ସମଗ୍ର ଉତ୍ତର ଭାଗ ଉପରେ ନିରନ୍ତର ନଜର ରଖିବାକୁ ପଡିବ । ଯାହା ସାଟେଲାଇଟ୍ ଏବଂ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ବିନା ହାସଲ କରିପାରିବୁନି ବୋଲି କହିଛନ୍ତି ଭି ନାରାୟଣନ ।

ଭାରତ ପାଖରେ ଥିବା ୧୦ଟି ଉପଗ୍ରହ ୨୪ ଘଣ୍ଟା ନଜର ରଖିଛି । ୭ ହଜାର କିଲୋମିଟର ସମୁଦ୍ରକୂଳ ଅଞ୍ଚଳ ଉପରେ ନଜର ରଖାଯାଇଛି । ଛାତ୍ରୀଛାତ୍ରଙ୍କୁ ମହାକାଶ ବିଜ୍ଞାନ ଓ ଟେକ୍ନୋଲୋଜି ଉପରେ ଅଧ୍ୟୟନ କରି ଦେଶର ପ୍ରଗତିରେ ସାମିଲ ହେବାକୁ ସେ ଆହ୍ବାନ ଦେଇଥିଲେ।

You might also like