ମେ’ ୨୩ରୁ ୨୮ ମଧ୍ୟରେ ଓଡ଼ିଶାକୁ ବାତ୍ୟା ହେବ ନାହିଁ।

ଗତ କିଛିଦିନ ଧରି ବାତ୍ୟା ନେଇ ବିଭିନ୍ନ ଗଣମାଧ୍ୟମ ଖବର ପ୍ରସାରିତ କରୁଥିଲେ । ଆଜି ଏହା ଉପରୁ ପରଦା ହଟାଇଛି ଜାତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ।ଏବେ ବାତ୍ୟାର ସୂଚନା ନଥିବା ସ୍ପଷ୍ଟ କଲା ପାଣିପାଗ ବିଭାଗ । ବାତ୍ୟା ହେବା ନେଇ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛି ।ମେ ୧୩ ତାରିଖରେ ଆଣ୍ଡାମାନ ସାଗର ଉପରେ କେବଳ ଏକ ଘୂର୍ଣ୍ଣିବଳୟ ଉପସ୍ଥିତି ବିଷୟରେ ରିପୋର୍ଟ କରାଯାଇଥିଲା, ଘୂର୍ଣ୍ଣିଝଡ଼ ନୁହେଁ। ପାଣିପାଗ ଦୃଷ୍ଟିରୁ ଦୁଇଟି ଯାକ ପୃଥକ।ପାଣିପାଗ ସ୍ଥିତିକୁ ନେଇ ଆଗକୁ ସୂଚନା ଦିଆଯିବ। ତେବେ ଲୋକେ ଭୟଭୀତ ନ ହେବାକୁ ପରାମର୍ଶ ଦିଆଯାଇଛି।

ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଖରା ଓ ଗୁଳୁଗୁଳି ପ୍ରଭାବ ଜାରି ରହିବ। ଅନ୍ୟପଟେ ୨୦ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି।

You might also like