IIT ବାବା ଦେଲୋ ସୁଇସାଇଡ୍‌ର ଧମକ

ମହାକୁମ୍ଭରୁ ଭାଇରାଲ ହୋଇଥିବା ଅଭୟ ସିଂହ ଓରଫ ଆଇଆଇଟି ବାବା ଜୟପୁରରେ ଥିଲା ବେଳେ ପୋଲିସ ତାଙ୍କ ରୁମ୍‌ରେ ପହଞ୍ଚି ତାଙ୍କୁ ହେପାଜତକୁ ନେଇଛି। ପ୍ରକୃତରେ ସେ ସୋସିଆଲ ମିଡିଆରେ ଆତ୍ମହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ତେବେ ବାବାଙ୍କ ସହ କିଛି ନିଶା ଦ୍ରବ୍ୟ ମିଳିବା ପରେ ମାମଲା ନୂଆ ମୋଡ ନେଇଛି ।ତେବେ ବାବା ଗଞ୍ଜେଇକୁ ସେବନ କରୁଥିଲେ ନା ବ୍ୟବସାୟ କରୁଥିଲେ ଏନେଇ ତଦନ୍ତ ଆରମ୍ଭ କରିଛି ରାଜସ୍ଥାନ ପୋଲିସ |ପରେ ପୋଲିସ ଲୋକଙ୍କୁ ପରାମର୍ଶ ଦେଇ ବାବାଙ୍କୁ ଛାଡି ଦେଇଥିଲା।

ପୋଲିସ ହେପାଜତରୁ ମୁକ୍ତ ହେବା ପରେ, ଆଇଆଇଟି ବାବା କହିଛନ୍ତି, ଆତ୍ମହତ୍ୟା ବିଷୟରେ ସମ୍ପୂର୍ଣ୍ଣ ଖବର ମିଥ୍ୟା। ଅଟକ ବିଷୟରେ ଖବର ମଧ୍ୟ ମିଥ୍ୟା। ବହୁତ କମ୍‌ ଗଞ୍ଜେଇ ଥିଲା, ପୋଲିସ ଜାମିନ ପ୍ରଦାନ କରି ଚାଲିଗଲା।ସୂଚନାଯୋଗ୍ୟ, ଅଭୟ ସିଂ ଆଇଆଇଟି ବମ୍ବେରୁ ସ୍ନାତକରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୋଲିସ ଅଭୟ ସିଂଙ୍କୁ କିଛି ସମୟ ଅଟକ ରଖିବା ପରେ ଛାଡ଼ି ଦେଇଛି କାରଣ ତାଙ୍କ ନିକଟରେ ଜବତ ଗଞ୍ଜେଇର ପରିମାଣ ଆଇନ ଅନୁସାରେ ସୀମା ଭିତରେ ଥିଲା। ପୋଲିସରୁ ମୁକୁଳିବା ପରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଅଭୟ ସିଂ କହିଛନ୍ତି, ମୋତେ ପୋଲିସ ଅଟକ ରଖିଥିବା ଖବର ମଧ୍ୟ ମିଛ। ମୋ ନିକଟରୁ କିଛି ଗଞ୍ଜେଇ ମିଳିବାରୁ ପୋଲିସ ମୋତେ ପଚରା ଉଚୁରା କରିବା ପରେ ତୁରନ୍ତ ଛାଡ଼ି ଦେଇଥିଲା।

You might also like