ଓଡିଶାରେ ପଡିବ କି ବାତ୍ୟା ‘ଶକ୍ତି’ ପ୍ରଭାବ ?

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଶକ୍ତି’ ପାଇଁ ଭାରତୀୟ ପାଣିପାଗ ବିଭାଗ (IMD) ଆଲର୍ଟ ଜାରି କରିଛି। ମେ’ ୨୯ ତାରିଖରେ ସାମୁଦ୍ରିକ ଝଡ଼ ବା ବାତ୍ୟାର ସମ୍ଭାବନା ଥିବା କିଛି ଅନ୍ତର୍ଜାତୀୟ ପାଣିପାଗ ମଡେଲ ଆକଳନ କରୁଛନ୍ତି । ଯାହାକୁ ନେଇ ଏବେ ନାନା ଆଲୋଚନା ଆରମ୍ଭ ହୋଇଯାଇଛି ।ଏହି ବାତ୍ୟା ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି। ଏହା ଯାତ୍ରା ଏବଂ ମୌସୁମୀ ଋତୁ ଉପରେ ମଧ୍ୟ ପ୍ରଭାବ ପକାଇପାରେ।

ପାଣିପାଗ ବିଭାଗ ଉପକୂଳବର୍ତ୍ତୀ ଅଞ୍ଚଳରେ ଭାରୀ ବର୍ଷା, ପ୍ରବଳ ପବନ ଏବଂ ସମୁଦ୍ରରେ ଉଚ୍ଚ ଜୁଆର ହେବାର ସମ୍ଭାବନା ଥିବା ଚେତାବନୀ ଦେଇଛି। ଆକଳନ ଅନୁଯାୟୀ, ୨୬ ତାରିଖ ବେଳକୁ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ, ଆଉ ଏହାକୁ ଘନୀଭୂତ କରିବା ପାଇଁ ପରିବେଶ ଅନୁକୂଳ ରହୁଥିବାରୁ ଏହା ୨୯ ତାରିଖ ବେଳକୁ ବାତ୍ୟାର ରୂପ ନେଇପାରେ । ବାତ୍ୟା ‘ଶକ୍ତି’ ଦକ୍ଷିଣ-ପଶ୍ଚିମ ମୌସୁମୀର ଅଗ୍ରଗତିକୁ ପ୍ରଭାବିତ କରିପାରେ। ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଚକ୍ରବାତ ମୌସୁମୀ ପବନକୁ ଶକ୍ତିଶାଳୀ କରିପାରେ, ଯାହା ଦ୍ୱାରା ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ଅଧିକ ବର୍ଷା ହୋଇପାରେ। ତେବେ, ଏହା ମୌସୁମୀର ସମୟକୁ ମଧ୍ୟ ବିଳମ୍ବ କରିପାରେ ବୋଲି ଆଶଙ୍କା ରହିଛି।ଯଦି ଏହା ସାମୁଦ୍ରିକ ଝଡ଼ର ରୂପ ନିଏ, ତେବେ ଏହା ପ୍ରଥମେ ଉତ୍ତର-ପୂର୍ବ ଓ ପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିପାରେ । ଯଦି ଏହି ଗତିପଥ ଠିକ ହୁଏ, ତେବେ ମେ ୨୯ ତାରିଖରେ ଏହା ଉପକୂଳ ଛୁଇଁବାର ସମ୍ଭାବନା ରହିଛି ।

You might also like