ବିଗତ ୩ ବର୍ଷରେ ବଜ୍ରପାତ ନେଲାଣି ୧୦୫୭ ଜୀବନ

୩ ବର୍ଷରେ ବ୍ରଜପାତରେ ଗଲାଣି ୧୦୫୭ ଜଣଙ୍କ ଜୀବନ । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।କେବଳ ଗତ ୭ ମାସରେ ବଜ୍ରପାତରେ ୨୦୧ ଲୋକଙ୍କ ମୃତ୍ୟୁ ଘଟିଛି। ୨୦୨୩-୨୪ ବର୍ଷରେ ୨୭୨ ଜଣଙ୍କର ବଜ୍ରପାତଜନିତ ମୃତ୍ୟୁ ହୋଇଛି। ୨୦୨୨-୨୩ରେ ୩୦୬ ଜଣଙ୍କର ଜୀବନ ନେଇଛି ବଜ୍ରପାତ। ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ ଜିଲ୍ଲାରେ ବଜ୍ରପାତ ମୃତ୍ୟୁ ସଂଖ୍ୟା ଅଧିକ ବୋଲି ମନ୍ତ୍ରୀ କହିଛନ୍ତି।

You might also like