ଫ୍ରାନ୍ସ ଠାରୁ ୨୬ଟି ସାମୁଦ୍ରିକ ଯୁଦ୍ଧ ବିମାନ କିଣିବ ଭାରତ।

ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହୋଇପାରେ ବଡ଼ ପ୍ରତିରକ୍ଷା ଚୁକ୍ତି । ଏହା ଅନ୍ତର୍ଗତ ଭାରତୀୟ ନୌସେନାକୁ ଫ୍ରାନ୍ସର କମ୍ପାନୀ ଡାସଲ୍ଟ ଆଭିଏଶନରୁ ୨୬ ରାଫାଲ-ମେରାଇନ ଯୁଦ୍ଧ ବିମାନ ମିଳିବ । ଏଥିସହିତ ୩ଟି ସ୍କରପିଅନ କ୍ଲାସ ସବମେରାଇନ କଣିବ ଭାରତ । ଯେହେତୁ ଦୁଇ ଦେଶର ସରକାରୀ ସ୍ତରରେ ଏହି ଆଲୋଚନା ହୋଇଛି ତେଣୁ ଏଥିରେ ବେଶି ସମୟ ଲାଗିବ ନାହିଁ।

ବହୁ ମୁଲଚାଲ ପରେ ବିମାନ ଦାମ କମାଇବାକୁ ଫ୍ରାନ୍ସ ସରକାର ରାଜି ହୋଇଛନ୍ତି। ୨୦୧୬ରେ ହୋଇଥିବା ଡିଲ୍ ଆଧାରରେ ୨୬ଟି ସାମୁଦ୍ରିକ ଯୁଦ୍ଧ ବିମାନ କିଣାଯିବ ବୋଲି ଶ୍ରୀ ଯୁକ୍ତ ତ୍ରିପାଠୀ କହିଛନ୍ତି।ବିମାନ ପରିବହନକାରୀଙ୍କ ଉପରେ ନିୟୋଜନ ଏବଂ ସମରାଭ୍ୟାସକୁ ସୁଗମ କରିବା ପାଇଁ ରାଫାଲ ମେରାଇନରେ ଲ୍ୟାଣ୍ଡିଂ ଗିଅର୍‌ ଏବଂ ଏୟାରଫ୍ରେମ ଅତ୍ୟନ୍ତ ଦୃଢ଼ ହୋଇଛି। ଫୋଲ୍ଡିଂ ଡେଣା ମଧ୍ୟ ମଜବୁତ ହୋଇଛି। ଅନ୍ୟ ପଟେ, ସ୍ଥଳ ଭିତ୍ତିକ ଯୁଦ୍ଧ ବିମାନ ଏହି ସୁବିଧା ଆବଶ୍ୟକ କରେ ନାହିଁ କାରଣ ସେମାନେ ପାରମ୍ପାରିକ ରନୱେରୁ କାର୍ଯ୍ୟ କରିଥାନ୍ତି ।

You might also like