ଫ୍ରାନସ ଠାରୁ ୨୬ ରାଫେଲ କିଣିବ ଭାରତ । 

ଫ୍ରାନ୍ସଠାରୁ ୨୬ ରାଫେଲ୍-ମରିନ୍ ଯୁଦ୍ଧ ବିମାନ କିଣିବ ଭାରତ । ୬୩ ହଜାର କୋଟି ଟଙ୍କାରେ ଏହି ବିମାନ କ୍ରୟ କରାଯିବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ମାମଲାର କ୍ୟାବିନେଟ୍ କମିଟି ବିମାନ କିଣିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛି ।ଏଥିରେ ୨୨ଟି ସିଙ୍ଗଲ ସିଟର ଓ ୪ଟି ଟ୍ବିନ ସିଟର ରାଫେଲ ମରିନ ଜେଟ ମିଳିବ । ଡିଲରେ ମୋହର ବାଜିବା ପରେ ୨୦୨୯ ଶେଷ ଭାଗରେ ବିମାନର ଡେଲିଭରୀ ଆରମ୍ଭ ହେବ ।

୨୦୩୧ ସୁଦ୍ଧା ଭାରତୀୟ ନୌସେନାରେ ସମସ୍ତ ୨୬ଟି ରାଫେଲ ସାମିଲ ହେବ ବୋଲି ଆଶା ରହିଛି । ରାଫେଲ୍ ମରିନ୍ ଏକ ଟ୍ୱିନ୍-ଇଞ୍ଜିନ, ଡେକ-ବେସ୍ଡ ଫାଇଟର ଜେଟ୍, ଯାହାକୁ ସାମୁଦ୍ରିକ ଅଭିଯାନ ପାଇଁ ସ୍ୱତନ୍ତ୍ର ରୂପେ ଡିଜାଇନ୍ କରାଯାଇଛି । ଫ୍ରାନ୍ସ ନୌସେନାର ଏହି ବିମାନକୁ ନିଜର ବିମାନବାହାକ ପୋତ ‘ଚାର୍ଲ୍ସ ଡି ଗଲ୍’ରେ ବ୍ୟବହାର କରୁଛି ।

You might also like