ଆଗାମୀ ୧୦ରୁ ଟ୍ବିନସିଟିରେ ଯୋର ଦାର ଚେକିଂ
କଟକ ଓ ଭୁବନେଶ୍ବରରେ ବ୍ୟାପକ ଚଢ଼ାଉ ହେବ । ଗାଡ଼ି କାଚରେ କଳାଜରି, ଉଚ୍ଚ ଶବ୍ଦରେ ହର୍ଣ୍ଣ ଥିଲେ କଡ଼ା ଆକ୍ସନ ନିଆଯିବ । ୧୦ ପୂର୍ବରୁ ଏଥିରୁ ନିବୃତ୍ତ ରହିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ଫେବୃଆରୀ ୧୦ରୁ ହେବ ବଡ଼ ଧରଣର ଧରପଗଡ଼ ।
ସେହିପରି, ଆଗ ଓ ପଛ କାଚ ଦେଇ ଅତି କମରେ ୭୦ ପ୍ରତିଶତ ଦେଖାଯିବା ଜରୁରୀ । ବାମ ଓ ଡାହାଣ ପାର୍ଶ୍ବ କାଚ ଦେଇ ଅତି କମରେ ୫୦ ପ୍ରତିଶତ ଦେଖାଯିବା ଜରୁରୀ ବୋଲି ସୂଚନା ମିଳିଛି ।ଗାଡ଼ିରେ ଉଚ୍ଚ ଶବ୍ଦ କରୁଥିବା ହର୍ଣ୍ଣ ଲଗାଇବା ଦ୍ୱାରା ଶବ୍ଦ ପ୍ରଦୂଷଣ ହେଉଛି। ରୋଗୀ, ବୃଦ୍ଧ ଏବଂ ଗର୍ଭବତୀ ମହିଳାମାନେ ଅଧିକ ପ୍ରଭାବିତ ହେଉଛନ୍ତି। ଏପରିକି ଶିକ୍ଷାନୁଷ୍ଠାନମାନଙ୍କରେ ମଧ୍ୟ ଏଭଳି ଉଚ୍ଚ ଶବ୍ଦ କରାଯାଉଥିବାରୁ ପିଲାଙ୍କ ପାଠପଢ଼଼ାରେ ସମସ୍ୟା ହେଉଛି। ଏବେ ରାଜଧାନୀରେ ବଡ଼ ସମସ୍ୟା ହୋଇଛି ରଙ୍ଗ୍ ସାଇଟ୍ ଗାଡ଼ି ଚାଳନା। ରଙ୍ଗ୍ସାଇଟ୍ ଗାଡ଼ି ଚାଳନା ପାଇଁ ଦୁର୍ଘଟଣା ଘଟୁଛି। କେହି ଟ୍ରାଫିକ୍ ସିଗ୍ନାଲ ନ ମାନି ସାପ ଭଳି ଏଣେତେଣେ ପଳାଇ ଯାଉଛନ୍ତି। ତେଣୁ ଏଭଳି ଅନାମିଆମାନଙ୍କୁ ସାବାଡ଼ କରିବାକୁ ଯାଉଛି ଟ୍ରାଫିକ୍ ପୁଲିସ।
