ସେନା ଅଧିକାରୀ-ବାନ୍ଧବୀଙ୍କୁ ଅସଦାଚରଣ ମାମଲା,ତଦନ୍ତ ଶେଷ, ଆଜି ସରକାରଙ୍କୁ ରିପୋର୍ଟ ଦେବେ କମିଶନ

ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କ ଉପରେ ପୋଲିସର ଅତ୍ୟାଚାରର ତଦନ୍ତ ପାଇଁ ଗଠିତ ନ୍ୟାୟମୂର୍ତ୍ତି ଚିତ୍ତ ରଞ୍ଜନ ଦାସ କମିଶନ ସୋମବାର ଗୃହ ବିଭାଗ ସଚିବଙ୍କୁ ୨୮୨ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଛନ୍ତି। ଗତବର୍ଷ ଅକ୍ଟୋବର ୧ ତାରିଖରୁ ଆରମ୍ଭ ହୋଇଥିବା ତଦନ୍ତ ସମୟରେ କମିଶନ ୫୨୫ଟି ସତ୍ୟପାଠ ଯାଞ୍ଚ କରିଛନ୍ତି ଏବଂ ଅତି କମରେ ପାଞ୍ଚ ଜଣଙ୍କୁ ପଚରାଉଚରା କରିଛନ୍ତି। ସୂଚନାମୁତାବକ ସେନା ଅଧିକାରୀ ଓ ତାଙ୍କ ବନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଥାନା ଅଧିକାରୀଙ୍କ ସମେତ ୫ ପୋଲିସ ଅଧିକାରୀ ନିଲମ୍ବିତ ହୋଇଥିଲେ । ସେମାନଙ୍କ ପଲିଗ୍ରାଫି ଟେଷ୍ଟ ହୋଇଥିଲା । ପୂର୍ବତନ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ହୋଇଥିଲା ପଲିଗ୍ରାଫି, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଆନାଲିଶିସ ଟେଷ୍ଟ ।

You might also like