ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଯବାନଙ୍କ ସ୍ତ୍ରୀ ।
ବର୍ଡରରେ ସ୍ବାମୀ, ଆଖିବୁଜିଲେ ସ୍ତ୍ରୀ ଏତେ ବଡ଼ ଦୁନିଆରେ ଏକା ହୋଇଗଲା ୧୫ ଦିନର ଶିଶୁ କନ୍ୟା । ବୁର୍ଲା ଭୀମସାରରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଯବାନ ଦେବରାଜ ଗଣ୍ଡଙ୍କ ସ୍ତ୍ରୀ ଲିପି ଗଣ୍ଡ । ବୁର୍ଲା ଭିମସାରରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମଲ୍ଟି ଅର୍ଗାନ ଫେଲିୟର ହେବା ପରେ ତାଙ୍କର ମୃତ୍ୟୁଘଟିଥିବା ଜଣାପଡିଛି । ଖବର ଅନୁଯାୟୀ, ଏପ୍ରିଲ ୨୮ ତାରିଖରେ ବୁର୍ଲା ଭିମସାରରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ଦେବରାଜଙ୍କ ସ୍ତ୍ରୀ ଲିପି ଗଣ୍ଡ। ଏହି ସମୟରେ ଲିପିଙ୍କ ସହ ହସପିଟାଲରେ ଥିଲେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଟେଙ୍ଗନାମାଲ ଗାଁର ଦେବରାଜ । ଲିପିଙ୍କ ଅବସ୍ଥା ଗୁରୁତର ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ହେଲେ ସେପଟେ ବର୍ଡରରୁ ଆସିଲା ଫୋନ୍ । ମାଟି ମାଆର ସେବା ପାଇଁ ରୋଗୀଣା ସ୍ତ୍ରୀକୁ ହସପଟିଲାରେ ଛାଡି କ୍ରମକ୍ଷେତ୍ରକୁ ଫେରିଯାଇଥିଲେ ଦେବରାଜ । ସ୍ତ୍ରୀଙ୍କ ମୃତ୍ୟୁ ଖବର ପରେ ବର୍ତ୍ତମାନ ଦେବରାଜ ଆସି ପହଞ୍ଚି ନଥିବା ଜଣାପଡିଛି। ଏଖବର ସାରା ଅଞ୍ଚଳରେ ଦୁଃଖର ଛାଇ ଖେଳିଯାଇଛି।
