ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ !ହଂସ ଦାରୁକା ଓଡ଼ିଶା ଟପ୍ପର
JEE ଆଡଭାନ୍ସ ରେଜଲ୍ଟ ପ୍ରକାଶିତ ହୋଇଛି । ଚଳିତବର୍ଷ ପରୀକ୍ଷାର ଆୟୋଜନ ଆଇଆଇଟି କାନପୁରରେ ହୋଇଥିଲା । ପରୀକ୍ଷାର୍ଥୀ ନିଜର ରେଜଲ୍ଟ ଅଫିସିଆଲ ୱେବସାଇଟ jeeadv.ac.in କୁ ଯାଇ ଚେକ୍ କରିପାରିବେ । ଆଇ ଆଇ ଟି ଦିଲ୍ଲୀ ଜୋନର ଛାତ୍ର ରଜିତ୍ ଗୁପ୍ତା ୩୬୦ ରୁ ୩୩୨ ମାର୍କ ରଖି ଅଲ୍ ଇଣ୍ଡିଆ ରାଂକ ୧ରେ ରହିଛନ୍ତି।
ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ହଂସ ଦାରୁକା ଓ ନବନିତ। ହଂସ ଦାରୁକା ଓଡ଼ିଶା ଟପ୍ପର ହୋଇଛନ୍ତି। ଅଲ୍ ଇଣ୍ଡିଆ ରାଙ୍କ ୩୯ରଖି ଟପ୍ପର ହେଲେ ହଂସ। ସେହିଭଳି ନବନିତ ଅଲ୍ ଇଣ୍ଡିଆ ରାଙ୍କ ୯୭ ରଖି ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି।ଚଳିତବର୍ଷ ଜେଇଇ ଆଡଭାନ୍ସ ପରୀକ୍ଷା ୧୮ ମଇରେ ଦେଶର ୨୨୪ ପରୀକ୍ଷା ସେଣ୍ଟରରେ ଆୟୋଜିତ ହୋଇଥିଲା । ପରୀକ୍ଷାରେ ମୋଟ ୩୬୦ ମାର୍କର ପ୍ରଶ୍ନପତ୍ର ରହିଥିଲା । ଚଳିତବର୍ଷ ୧.୮୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା କରିଥିଲେ । ସେଥିରୁ ପାସ୍ କରିଛନ୍ତି ୫୪,୩୭୮ ।
