ଆସନ୍ତାକାଲି ଶପଥ ଗ୍ରହଣ କରିବେ ଦେଶର ନୂତନ ପ୍ରଧାନ ବିଚାରପତି
ଆସନ୍ତାକାଲି ଶପଥ ଗ୍ରହଣ କରିବେ ଦେଶର ନୂତନ ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗବାଇ ତଥା ବିଆର ଗବାଇ। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇବେ। ସେ ଦେଶର ୫୨ତମ ପ୍ରଧାନ ବିଚାରପତି ହେବେ। ଏହା ପୂର୍ବରୁ ଆଜି ପ୍ରଧାନ ବିଚାରପତି ପଦରୁ ଅବସର ନେଇଛନ୍ତି ଜଷ୍ଟିସ୍ ସଞ୍ଜୀବ ଖନ୍ନା। ସୁପ୍ରିମକୋର୍ଟର ସମସ୍ତ ବିଚାରପତି ଏବଂ ବରିଷ୍ଠ ଓକିଲମାନେ ସିଜେଆଇଙ୍କ ଅବସର ଉପରେ ଭାଷଣ ଦେଇଥିଲେ। ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣି, ବରିଷ୍ଠ ଓକିଲ କପିଲ ସିବଲ ଏବଂ ସଲିସିଟର ଜେନେରାଲ ତୁଷାର ମେହେଟା ମଧ୍ୟ ସିଜେଆଇଙ୍କ ସହିତ ବିତାଇଥିବା ଦିନଗୁଡ଼ିକ ଏବଂ ତାଙ୍କ ନିଷ୍ପତ୍ତିଗୁଡ଼ିକୁ ମନେ ପକାଇଥିଲେ।ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ୍ ଗବାଇଙ୍କ କାର୍ଯ୍ୟକାଳ ପ୍ରାୟ ଛଅ ମାସ ହେବ ଏବଂ ନଭେମ୍ବର ୨୦୨୫ରେ ତାଙ୍କର ଅବସର ସହିତ ଶେଷ ହେବ।
ତାଙ୍କର ଜନ୍ମ ୨୪ ନଭେମ୍ବର ୧୯୬୦ ମସିହାରେ ମହାରାଷ୍ଟ୍ରର ଅମରାବତୀରେ ହୋଇଥିଲା। ସେ ୧୬ ମାର୍ଚ୍ଚ ୧୯୮୫ ମସିହାରେ ଓକିଲାତି କରିବା ଆରମ୍ଭ କରିଥିଲେ। ଏହା ପରେ ଜଷ୍ଟିସ୍ ବି.ଆର. ଗଭାଇଙ୍କୁ ମେ’, ୨୦୧୯ରେ ଭାରତର ସୁପ୍ରିମକୋର୍ଟର ବିଚାରପତି ଭାବରେ ପଦୋନ୍ନତି ଦିଆଯାଇଥିଲା। ସେ ୨୩ ନଭେମ୍ବର, ୨୦୨୫ରେ ଅବସର ଗ୍ରହଣ କରିବେ।
