ଆସନ୍ତା ୧୨ ତାରିଖରେ ଶପଥ ନେବେ ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ।
ଓଡିଶା ହାଇକୋର୍ଟର ବିଚାରପତି ଭାବେ ନେବେ ଶପଥ । ସକାଳ ୧୦ଟାରେ ହାଇକୋର୍ଟ ପରିସରରେ ଆୟୋଜିତ ହେବ ଶପଥ ଗ୍ରହଣ ଉତ୍ସବ । କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଥିଲେ ଜଷ୍ଟିସ ଶ୍ରୀପଦ । ଜଷ୍ଟିସ ଶ୍ରୀପଦଙ୍କର କର୍ଣ୍ଣାଟକ ହାଇକୋର୍ଟରୁ ଓଡିଶା ହାଇକୋର୍ଟ ବଦଳି ହୋଇଛି । ୨୦୧୮ ମସିହା ଫେବ୍ରୁଆରୀ ୧୪ ତାରିଖ ରେ ସେ କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ କାର୍ଯ୍ୟରେ ଯୋଗ ଦେଇଥିଲେ । ୨୦୨୦ ଜାନୁଆରୀ ୭ ତାରିଖରେ କର୍ଣ୍ଣାଟକ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ ।
