ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇଥିଲେ ଜ୍ୟୋତି ମଲହୋତ୍ରା
୨୦୨୪ ସେପ୍ଟେମ୍ବରରେ ପୁରୀ ଆସିଥିଲେ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା । ଜ୍ୟୋତିଙ୍କୁ ଶ୍ରୀମନ୍ଦିର, ପୁରୀ ବେଳାଭୂମି ଆଦି ବିଭିନ୍ନ ସ୍ଥାନକୁ ବୁଲାଇ ନେଇଥିଲେ ପୁରୀ ଝିଅ ପ୍ରିୟଙ୍କା ସେନାପତି । ଆଉ ଏହି ସମୟରେ ଏକ ସାଂଘାତିକ ସତ ସାମ୍ନାକୁ ଆସିଛି । ପୁରୀ ଆସିଥିବା ସମୟରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇ ଅଟକ ଥିଲେ ଜ୍ୟୋତି ମଲହୋତ୍ରା ।ଆଉ ପ୍ରିୟଙ୍କାଙ୍କ ଅନୁରୋଧରେ ଜ୍ୟୋତିଙ୍କୁ ଛାଡ଼ିଥିଲା ପୁରୀ ପୁଲିସ । ଅନ୍ୟପଟେ ପାକ୍ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ମାମଲାରେ ପ୍ରିୟଙ୍କା ସେନାପତିଙ୍କୁ ଘନ ଘନ ଜେରା । ଅଜ୍ଞାତ ସ୍ଥାନରେ ପ୍ରିୟଙ୍କାଙ୍କୁ ପଚରାଉଚରା କରୁଛି ପୁରୀ ପୁଲିସ । ଗତକାଲି ହରିୟାଣା ହିସାର ପୁଲିସ ଭିସି ଜରିଆରେ ପ୍ରିୟଙ୍କାଙ୍କୁ ପଚରାଉଚରା କରିଛି । ଏସ୍ପିଙ୍କ କାର୍ଯ୍ୟାଳୟରେ ହରିୟାଣା ହିସାର ପୁଲିସ ଭିଡିଓ କନ୍ଫରେନ୍ସରେ ପଚରାଉଚରା କରିଥିବା ଜଣାପଡ଼ିଛି ।
