ମହାପ୍ରଭୁଙ୍କୁ ଲାଗିହେଲା ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ। 

ଶ୍ରୀମନ୍ଦିରରେ ଗୁରୁବାର ମଧ୍ୟାହ୍ନ ଧୂପରେ ମହାପ୍ରଭୁଙ୍କ ପାଖରେ ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ ଲାଗି କରାଯାଇଛି। ପାଞ୍ଚ ପ୍ରକାର ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ ଭୋଗ ଲାଗି ହୋଇଛି। ଏହି ମହାପ୍ରସାଦକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଓ ପ୍ରଶାସନିକ ଅଧିକାରୀମାନଙ୍କ ସମେତ ସୁଆର ମହାସୁଆର ନିଯୋଗର କର୍ମକର୍ତ୍ତାମାନେ ସେବନ କରିଥିଲେ।ଗୋବିନ୍ଦ ଭୋଗ ଚାଉଳ ଓ ଝିଲି ଚାଉଳକୁ କୋଠ ଭୋଗରେ ବ୍ୟବହୃତ କରିବା ପାଇଁ ମୋହର ମାରିଲା ଶ୍ରୀମନ୍ଦିର ପ୍ରଶାସନ ।

ବାକି ପ୍ରଜାତି ଜୈବିକ ଚାଉଳ ସାଧାରଣ ଶ୍ରଦ୍ଧାଳୁଙ୍କ ନିମନ୍ତେ ମହାପ୍ରସାଦ ହୋଇ ଆନନ୍ଦ ବଜାରରେ ବିକ୍ରି ହେବ । ଆଗାମୀ ଦିନରେ ଏହି ସବୁ ଚାଉଳକୁ ଅଧିକ ମହଜୁଦ ରଖିବାକୁ ବିଭିନ୍ନ ସଂଗଠନମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇବା ପାଇଁ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆଗକୁ ଡାଲି ଓ ପରିବା ପ୍ରଭୃତି ଜୈବିକ ପଦ୍ଧତିରେ ଉତ୍ପାଦନ କରାଯାଇ ମହାପ୍ରସାଦରେ ବ୍ୟବହାର ହେବ । ପରବର୍ତ୍ତୀ ସମୟରେ ଯେତେବେଳେ ଜୈବିକ ପଦ୍ଧତିରେ ଅମୃତ ଅନ୍ନ ଉତ୍ପାଦନ ବୃଦ୍ଧି ପାଇବ, ସେତେବେଳେ ଆନନ୍ଦବଜାରରେ ମହାପ୍ରସାଦ ଭୋଗ କରି ଆନ୍ଦନ ବଜାରରେ ବିକ୍ରୟ କରାଯିବ।

You might also like