ସେନା କର୍ମଚାରୀ ଓ ଗୁଜୁରାଟ ପୋଲିସ ପରିଚୟ ଦେଇ ଜଣେ ଗିରଫ
ଆର୍ମି ପୋଷାକ ପରିଧାନ କରି ସେନା କର୍ମଚାରୀ ପରିଚୟ ଦେଇଥିଲେ । ଗୁଜରାଟ ପୋଲିସ କର୍ମଚାରୀ ବୋଲି ସାଧାରଣରେ ଦେଉଥିଲେ ପରିଚୟ । ଏଭଳି ଅଭିଯୋଗରେ ବ୍ରହ୍ମପୁର ପୋଲିସ ରାଜୁ ସାହୁ ନାମକ ଯୁବକକୁ ଗିରଫ କରିଛି । ଏପରିକି ସେ ପଞ୍ଜାବ ୱାଘା ବୋର୍ଡର ଅଞ୍ଚଳର ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।ଗତ ୨୮ ତାରିଖ ଅପରାହ୍ନରେ ବ୍ରହ୍ମପୁର ସହରର ଗାନ୍ଧୀନଗର ଅଞ୍ଚଳରେ ଗିରଫ କରାଯାଇଛି । ରାଜୁ ଭାରତୀୟ ସେନାର ପୋଷାକ ପରିଧାନ କରି ଗାନ୍ଧୀନଗର ଅଞ୍ଚଳରେ ବୁଲୁଥିବା ବେଳେ ସେ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ । ଏହାସହ ସେ ଭାରତୀୟ ସେନାରେ କାର୍ଯ୍ୟରତ ରହିଥିବା ନେଇ ସ୍ଥାନୀୟ ଲୋକଙ୍କୁ କହିବା ସହ ପଞ୍ଜାବର ୱାଘା ବୋର୍ଡରେ କାର୍ଯ୍ୟରତ ଏବଂ ବର୍ତ୍ତମାନ ଗୋପାଳପୁର ମିଲିଟାରୀକୁ ଡ୍ୟୁଟି କରିବାକୁ ଆସିଥିବା କହିଥିଲେ । ପରେ ତାଙ୍କର କଥାବାର୍ତ୍ତା ଏବଂ କାର୍ଯ୍ୟକଳାପ ନେଇ ସନ୍ଦେହ ହେବାରୁ ଅଞ୍ଚଳବାସୀ ସ୍ଥାନୀୟ ଟାଉନ ଥାନାକୁ ଖବର ଦେଇଥିଲେ ।ଏମିତି କି ଭୋଟର ପରିଚୟ ପତ୍ର କି ଆଧାର କାର୍ଡ କି ଅନ୍ୟ ପରିଚୟ ପତ୍ର ଦେଇ ପାରିନଥିଲେ । ଶେଷରେ ପୋଲିସ ଯୁବକ ଜଣଙ୍କୁ ଗିରଫ କରିଥିବା ବ୍ରହ୍ମପୁର ଏସ୍ପି ସୂଚନା ଦେଇଛନ୍ତି ।
ତାଙ୍କ ନିକଟରୁ ସେନା ପୋଷାକ, ଖାକି ପ୍ୟାଣ୍ଟ, ଗୁଜରାଟ ପୋଲିସ ଲେଖାଥିବା ଏକ ପ୍ଲାଷ୍ଟିକ ପରିଚୟ ପତ୍ର ଜବତ କରିଥିବା ନେଇ ପୋଲିସ ସୂଚନା ଦେହଇଛି ।ଗିରଫ ହୋଇଥିବା ରାଜୁ ସେନା ପୋଷାକ ପରିଧାନ କରି ଟ୍ରେନ ଓ ବସରେ ବିନା ଟିକେଟରେ ଯାତ୍ରା କରିବା ସହ ଲୋକଙ୍କୁ ଟଙ୍କା ମାଗୁଥିଲେ
