ନାୟବ ସରପଞ୍ଚଙ୍କୁ ନିର୍ମମ ହତ୍ୟା କରିଛନ୍ତି ମାଓବାଦୀ ।
ମାଲଗାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରେ ମାଓବାଦୀଙ୍କ ବର୍ବର କାଣ୍ଡ । ନାୟବ ସରପଞ୍ଚଙ୍କୁ ନିର୍ମମ ହତ୍ୟା କରିଛନ୍ତି ମାଓବାଦୀ । ପୋଲିସ୍ ଇନ୍ଫର୍ମର ସନ୍ଦେହରେ ନାୟବ ସରପଞ୍ଚଙ୍କ ଗଳାକାଟି ହତ୍ୟା କରିଛନ୍ତି ।ମୃତକ ହେଲେ ମୁଚାକି ରାମା । ଘଟଣା ପରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଛି। ତେବେ ନକ୍ସଲଙ୍କୁ ସମ୍ପୂର୍ଣ୍ଣ ସଫା କରିବା ପାଇଁ ସୀମାନ୍ତ ଛତିଶଗଡରେ ଅପରେସନକୁ ଜୋରଦାର କରାଯାଇଛି । ଏହି ଅପରେସନକୁ ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଏବଂ ପୋଲିସର ଉଚ୍ଚ ପଦାଧିକାରୀ ନଜର ରଖିଆସୁଛନ୍ତି । ଏହି କ୍ରମରେ ପୁଣି ସୀମାନ୍ତ ଛତିଶଗଡରେ ମାଓବାଦୀ ମାନେ ତାଙ୍କ ଘୃଣ୍ୟ କାର୍ଯ୍ୟକଳାପ ଆରମ୍ଭ କରିଦେଇଛନ୍ତି ।
