Master Chef India:ମାଙ୍ଗାଲୋରର ୨୪ ବର୍ଷୀୟ ମହମ୍ମଦ ଆଶିକ୍‌ ବିଜେତା ହୋଇଛନ୍ତି।

ଅକ୍ଟୋବର ୧୬ରେ OTT ପ୍ଲାଟଫର୍ମ ସୋନି ଲିଭ୍‌ ର ପପୁଲାର ଶୋ’ ‘ମାଷ୍ଟର ଶେଫ୍ ଇଣ୍ଡିଆ’ । ବର୍ତ୍ତମାନ ଏହାର ବିଜେତା ଘୋଷଣା କରାଯାଇଛି। ଏହି ଶୋ’ର ଫାଇନାଲ୍ ଗତକାଲି ୮ ଡିସେମ୍ବରରେ ହୋଇଥିଲା । ମାଙ୍ଗାଲୋରର ୨୪ ବର୍ଷୀୟ ମହମ୍ମଦ ଆଶିକ୍‌ ବିଜେତା ହୋଇଛନ୍ତି। ସେ ଏହାର ୭ମ ସିଜନରେ ପ୍ରତିଯୋଗୀ ଦୌଡ଼ରେ ଥିଲେ ହେଁ ବାଦ୍‌ ପଡ଼ିଥିଲେ। ମାତ୍ର ଏବେ ତାଙ୍କ ସ୍ବପ୍ନ ପୂରଣ ହୋଇଛି। ଶୋ’ର ବିଜେତା ହେବା ଯୋଗୁ ତାଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ମିଳିଛି।ମହମ୍ମଦ ଆଶିକ୍ ଆହୁରି କହିଛନ୍ତି, ‘ମାଷ୍ଟର ଶେଫ୍ ଇଣ୍ଡିଆରେ ମୋ ଯାତ୍ରା ପାଇଁ ମୁଁ ବହୁତ କୃତଜ୍ଞ।

ବର୍ତ୍ତମାନ ଏହି ଅଭିଜ୍ଞତା ମୋ ଜୀବନକୁ ସଂପୂର୍ଣ୍ଣ ବଦଳାଇ ଦେଇଛି । ଏହି ଟାଇଟଲ୍ ଜିତିବା ପରେ ସରପ୍ରାଇଜ୍ ଅନୁଭବ କରୁଛି । ଗତ ସିଜିନ୍‌ ହାରିବା ବହୁତ କଷ୍ଟକର ଥିଲା, କିନ୍ତୁ ମୁଁ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଥିଲି। ଏହି ବିଜୟ କେବଳ ମୋର ନୁହେଁ, ପ୍ରତ୍ୟେକ ସ୍ୱପ୍ନ ଦେଖୁଥିବା ବ୍ୟକ୍ତିଙ୍କ ପାଇଁ। ଯେଉଁମାନେ ସେମାନଙ୍କର ଆକାଂକ୍ଷା ପୂରଣ କରିବା ପାଇଁ ଅନେକ ବାଧାବିଘ୍ନର ସମ୍ମୁଖୀନ ହୁଅନ୍ତି ।

Leave a comment