ପୁରୀ ଅନ୍ତର୍ଜାତୀୟ ଗ୍ରୀନଫିଲ୍ଡ ବିମାନବନ୍ଦରକୁ ମିଳିଲା ମଞ୍ଜୁରୀ। 

ପୁରୀରେ ନୂଆ ବିମାନବନ୍ଦର ନିର୍ମାଣକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ପ୍ରଦାନ କରିଛନ୍ତି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରୀ ଦିଆଯାଇଛି । ପୁରୀ ବିମାନବନ୍ଦର ପ୍ରକଳ୍ପ ଦୀର୍ଘ ଦିନରୁ ଚର୍ଚ୍ଚାରେ ରହିଆସୁଥିଲା। ପୂର୍ବତନ ବିଜେଡି ସରକାର ଏହି ପ୍ରକଳ୍ପ ପାଇଁ ଆନ୍ତରିକତା ଦେଖାଇ ନ ଥିବା ଅଭିଯୋଗ କରି ପୁରୀ ସାଂସଦ ସମ୍ବିତ ପାତ୍ର ଲୋକସଭାରେ ପ୍ରଶ୍ନ ଉଠାଇଥିଲେ। ଏହାର ଉତ୍ତରରେ ବେସାମରିକ ବିମାନଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମମୋହନ ନାଇଡୁ ସ୍ପଷ୍ଟ କରିଥିଲେ ଯେ ପ୍ରକଳ୍ପର ଅଗ୍ରଗତି ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଆବଶ୍ୟକ।

ଏହି ବିମାନବନ୍ଦର ନିର୍ମାଣ ହେଲେ ପୁରୀରେ ପର୍ଯ୍ୟଟନ ଓ ଅର୍ଥନୀତିକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି।ବିମାନବନ୍ଦର ଦ୍ବାରା ପ୍ରମୁଖ ମହାନଗର ମଧ୍ୟରେ ସିଧାସଳଖ ଯୋଗାଯୋଗ ସମ୍ଭବ ହେବ। ଧାର୍ମିକ ପର୍ଯ୍ୟଟନ, ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହନ କରିବ ।ଏହି ନିଷ୍ପତ୍ତି ପୁରୀ ଏବଂ ଓଡ଼ିଶା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ଏବଂ ଏହା ଶେଷ ମାଇଲ ବିମାନ ସଂଯୋଗକୁ ମଜଭୁତ କରିବା। ବିମାନ ଯାତ୍ରାକୁ ସମସ୍ତଙ୍କ ପାଇଁ ସୁଲଭ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାର ଅନୁରୂପ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

You might also like