ରଥ ଉପରକୁ ମୋବାଇଲ ଯାଇପାରିବ ନାହିଁ : ଆଇନ ମନ୍ତ୍ରୀ
ସ୍ନାନପୂର୍ଣ୍ଣିମା ପାଇଁ ପୁରୀରେ ପ୍ରସ୍ତୁତି ଜେରଦାର ଚାଲିଛି । ଏହି ସମୟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ସୂଚନା ଦେଇଛନ୍ତି । କହିଛନ୍ତି ରୀତିନୀତି ଦୃଷ୍ଟିରୁ ସବୁ ଠିକ ଅଛି । ଠିକ ସମୟରେ ସରିବ ପହଣ୍ଡିବିଜେ । ରଥ ଉପରକୁ ମୋବାଇଲ ଯାଇପାରିବ ନାହିଁ” । ତେବେ ଅଣସେବାୟତ ରଥ ଉପରକୁ ଗଲେ ପୋଲିସକୁ ଦିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ଏହା ସହ ସେ କହିଛନ୍ତି ଯେ ଜଗନ୍ନାଥ ସଂସ୍କୃତି ଉପରେ ପ୍ରତିଷ୍ଠା ହେବ ଗବେଷଣା କେନ୍ଦ୍ର । ଅନ୍ତର୍ଜାତୀୟ ବ୍ୟାଖ୍ୟାନ କେନ୍ଦ୍ର ସ୍ଥାରନ କରାଯିବ ।
