ମୋଦୀ ଖାଇଲେ ଓଡ଼ିଆ ଖାଦ୍ୟ ।
ମୋଦୀ ଖାଇଲେ ଓଡ଼ିଆ ଖାଦ୍ୟ। ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାତ୍ରି ଭୋଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କ ପାଇଁ ରାଜ୍ୟ ବିଜେପି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ରାତ୍ରି ଭୋଜନରେ ପ୍ରାୟ ଓଡ଼ିଆ ବ୍ୟଞ୍ଜନ ପରସା ଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀଙ୍କୁ ସନ୍ତୁଳା, ଜହ୍ନିଆଳୁ ରାଇ, ଡାଲମା, ଛେନାପୋଡ଼, ଭେଣ୍ଡି ଭୁର୍ଜି ଖାଇବାକୁ ଦିଆଯାଇଥିଲା। ଏଥିସହିତ ଗୁଜରାଟୀ ଖାଦ୍ୟ ମୁଙ୍ଗ୍ଦାଲ, ଖେଚୁଡ଼ି, ଭେଜ୍ଦମ୍ ବିରିୟାନୀ ବି ପରଷା ଯାଇଥିଲା। ମେନ୍ ମେନ୍ୟୁରେ ମଟର ପନିର, ତାଓ୍ବା ଭେଜିଟେବ୍ଲ, ମଲାଇ କୋଫତା ଆଦି ପ୍ରଧାନମନ୍ତ୍ରୀଙ୍କୁ ପରଷା ଯାଇଥିଲା।ପ୍ରଧାନମନ୍ତ୍ରୀ ସୁଦ୍ଧ ଶାକାହାରୀ ହୋଇଥିବାରୁ ତାଙ୍କ ଖାଦ୍ୟ ପାଇଁ ସ୍ବତନ୍ତ୍ର ଧ୍ୟାନ ରଖିଥିଲା ରାଜ୍ୟ ବିଜେପି।
