ଆଇଏମଡିର ଭବିଷ୍ୟବାଣୀ, ଦେଶରେ ସ୍ବାଭାବିକ ଠାରୁ ଅଧିକ ବର୍ଷା
ଚଳିତବର୍ଷର ଭାରତୀୟ ପାଣିପାଗ ବିଭାଗର ଭବିଷ୍ୟବାଣୀ ଉଭୟ ଚାଷୀ ଓ ଅର୍ଥବ୍ୟବସ୍ଥା ପାଇଁ ଖୁସି ଖବର ଆଣିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ନେଇ ପାଣିପାଗ ବିଭାଗର ଆକଳନ ଅନୁସାରେ,ଦେଶରେ ବର୍ଷା ସ୍ବାଭାବିକଠାରୁ ଅଧିକ ରହିବ । ମୌସୁମୀ ଋତୁରେ ୧୦୫ ପ୍ରତିଶତରୁ ଅଧିକ ବର୍ଷା ହେବ । ଏଲପିଏର ପରିମାଣ ୮୭ ସେଣ୍ଟିମିଟର ରହିବ । ଏଲନିନୋର ପ୍ରଭାବ ଦୂର୍ବଳ ରହିଥିବାରୁ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି । ମୌସୁମୀ ଋତୁରେ ଅଧିକ ବର୍ଷା ଦ୍ବାରା ଭଲ ଫସଲ ଉତ୍ପାଦନ ହେବା ଆଶା ରହିଛି ।ଉତ୍ତର ପୂର୍ବ ରାଜ୍ୟ, ତାମିଲନାଡୁ,ଲଦାଖକୁ ଛାଡିଲେ ଅନ୍ୟ ସ୍ଥାନରେ ଅଧିକ ବର୍ଷା ହେବ । ତେବେ ବୃଷ୍ଟିପାତର ପରିମାଣ ୫ପ୍ରତିଶତ ଅଧିକ କିମ୍ବା କମ ରହିପାରେ । ଏଲପିଏର ପରିମାଣ ୮୭ ସେଣ୍ଟିମିଟର ରହିବ । ୧୯୭୦ରୁ ୨୦୨୦ ମଧ୍ୟରେ ବର୍ଷାର ହାରାହାରି ପରିମାଣକୁ ଅନୁଧ୍ୟାନ କରି ଚଳିତ ଥର ଏଲପିଏରେ ୮୭ ସେମି ବର୍ଷା ହେବା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ କହିଛନ୍ତି ।
