ସୁପ୍ରିମକୋର୍ଟଙ୍କୁ ୧୪ ପ୍ରଶ୍ନ ପଚାରିଲେ ରାଷ୍ଟ୍ରପତି

ସୁପ୍ରିମକୋର୍ଟଙ୍କୁ ରାଷ୍ଟ୍ରପତିଙ୍କ ପଶ୍ନ । ବିଧାନସଭାରେ ପାସ୍ ହୋଇଥିବା ବିଲକୁ ଅନୁମୋଦନ କରିବାକୁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପାଇଁ ସମୟସୀମା ଧାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ । ତାମିଲନାଡୁ ମାମଲାରେ ଶୁଣାଣି ସୁପ୍ରିମକୋର୍ଟ ଦେଇଥିବା ରାୟର ମାସଟେ ପରେ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଏବଂ ୧୪ଟି ପ୍ରଶ୍ନ ପଚାରିଛନ୍ତି। ।ଏହି ଧାରା ମାଧ୍ୟମରେ ରାଷ୍ଟପ୍ରତି କୌଣସି ଆଇନଗତ ସମସ୍ୟା ଉପରେ କୋର୍ଟଙ୍କ ସହ ପରାମର୍ଶ କରିପାରିବେ ।

ଧାରା ୨୦୦ ଅନୁଯାୟୀ ଏକ ବିଲ୍ ଉପସ୍ଥାପନ କରାଯିବା ସମୟରେ ରାଜ୍ୟପାଳ ତାଙ୍କ ପାଖରେ ଉପଲବ୍ଧ ସମସ୍ତ ବିକଳ୍ପ ବ୍ୟବହାର କରିବା ସମୟରେ ମନ୍ତ୍ରୀ ପରିଷଦ ଦ୍ୱାରା ପ୍ରଦାନ କରାଯାଇଥିବା ପରାମର୍ଶରେ କ’ଣ ରାଜ୍ୟପାଳ ଆବଦ୍ଧ ବୋଲି ରାଷ୍ଟ୍ରପତି ସୁପ୍ରିମକୋର୍ଟଙ୍କୁ ପଚାରିଛନ୍ତି ।

ରାଷ୍ଟ୍ରପତି ପରାରିଛନ୍ତି ଜଣେ ରାଜ୍ୟପାଳଙ୍କ ସାମ୍ବିଧାନିକ ବିବେଚନାର ପ୍ରୟୋଗ କୋର୍ଟରେ ବିଚାର ସାପେକ୍ଷ କି ? ସେ ସମ୍ବିଧାନର ଧାରା ୩୬୧ ଉଦ୍ଧୃତ କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ରାଷ୍ଟ୍ରପତି କିମ୍ବା ରାଜ୍ୟପାଳ ପଦବୀର କ୍ଷମତା ଓ କର୍ତ୍ତବ୍ୟ ପାଳନ ପାଇଁ କୌଣସି କୋର୍ଟଙ୍କ ନିକଟରେ ଉତ୍ତରଦାୟୀ ହେବେ ନାହିଁ ।ରାଷ୍ଟ୍ରପତି ସାମ୍ବିଧାନର ଅନୁଚ୍ଛେଦ ୧୪୩ ଅଧୀନରେ ପ୍ରଦତ୍ତ କ୍ଷମତା ବ୍ୟବହାର କରି ତାମିଲନାଡୁ ରାଜ୍ୟପାଳ ମାମଲାରେ ସୁପ୍ରିମକୋର୍ଟର ଐତିହାସିକ ରାୟ ଉପରେ ପରାମର୍ଶ ମାଗିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସର୍ବୋଚ୍ଚ ନ୍ୟାୟାଳୟକୁ ପଚାରିଛନ୍ତି: “ଯେତେବେଳେ ସାମ୍ବିଧାନରେ ଏହାର ଉଲ୍ଲେଖ ନାହିଁ, ତେବେ ସୁପ୍ରିମକୋର୍ଟ କିପରି ସମୟସୀମା ନିର୍ଦ୍ଧାରଣ କରିପାରିବ?”
ଭାରତର ମୁଖ୍ୟ ବିଚାରପତି ଗଭାଇଙ୍କୁ ଏବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ଵାରା ଉଠାଯାଇଥିବା ୧୪ଟି ପ୍ରଶ୍ନର ମତ ପ୍ରଦାନ କରିବା ପାଇଁ ପାଞ୍ଚ ବା ତତୋଧିକ ବିଚାରପତିଙ୍କୁ ନେଇ ଏକ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରିବାକୁ ହେବ।

You might also like