ରାଜ୍ୟରେ ଚଳିତ ମାସ ନୂତନ ଅବକାରୀ ନୀତି ଲାଗୁ ହେବ।

ରାଜ୍ୟରେ ଖୁବଶୀଘ୍ର ନୂଆ ମଦ ନୀତି ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଚଳିତ ମାସ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ନୂଆ ମଦ ନୀତି ରାଜ୍ୟରେ ଲାଗୁ ହେବ ବୋଲି ମନ୍ତ୍ରୀ କହିଛନ୍ତି।ଓଡ଼ିଶାରେ ନୂତନ ମଦ ନୀତି ଆରମ୍ଭ ହେବା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ରାଜ୍ୟ ଅବକାରୀ ବିଭାଗ ଅନ୍ୟ ଚାରୋଟି ରାଜ୍ୟର ଅବକାରୀ ନୀତି ଅନୁଧ୍ୟାନ କରିବା ପାଇଁ ବରିଷ୍ଠ ଅଧିକାରୀଙ୍କ ତିନିଟି ଦଳ ୪ ରାଜ୍ୟକୁ ପଠାଯାଇଛି।ପଲିସିରେ ଯାହା କିଛି ବାକି ଅଛି ପରିବର୍ତ୍ତନ ହୋଇ ରାଜ୍ୟରେ ଲାଗୁ ହେବ ବୋଲି ମନ୍ତ୍ରୀ କହିଛନ୍ତି। ନୂତନ ପଲିସିରେ ବେଆଇନ ମଦ, ଦଣ୍ଡବିଧାନ, ପୁରୁଣା ପଲିସିର ଅସୁବିଧା ଦୂର ହେବ। ସବୁ କଥାକୁ ଆଖି ଆଗରେ ରଖି ୩ ବର୍ଷିଆ ପଲିସି ହେବ ବୋଲି ସୂଚନା ମିଳିଛି।

You might also like