ନ୍ୟୁଜିଲ୍ୟାଣ୍ଡରେ ଆରମ୍ଭ ହେଲା ୨୦୨୫ର ସେଲିବ୍ରେସନ

ନୂଆ ବର୍ଷ ଆସିବାକୁ ଆଉ ମାତ୍ର କିଛି ଘଣ୍ଟା। ଦୁନିଆର କୋଟି କୋଟି ଲୋକ ନୂଆ ବର୍ଷର ସ୍ବାଗତ ପାଇଁ ପ୍ରସ୍ତୁତି କରୁଛନ୍ତି।ଆଗୁଆ ନୂଆ ବର୍ଷ ପାଳନ କରିବାରେ ଯେଉଁ ଦେଶର ନାଁ ଆସେ ନ୍ୟୁଜିଲ୍ୟାଣ୍ଡର। ନ୍ୟୁଜିଲ୍ୟାଣ୍ଡ୍‌ରେ ନୂଆ ବର୍ଷ ପ୍ରଥମେ ପାଳନ ହୋଇଥାଏ। ଭାରତୀୟ ସମୟର ୭ ଘଣ୍ଟା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ୍ର ପାଳନ ହୋଇଥାଏ। ସେହି ହିସାବରେ ଦେଖିଲେ ନ୍ୟୁଜିଲ୍ୟାଣ୍ଡର ନୂଆ ବର୍ଷର ସେଲିବ୍ରେସନ ଆରମ୍ଭ ହୋଇଗଲାଣି। ରାତି ୧୨ ଟା ପରେ ଭାରତରେ ନୂଆ ବର୍ଷ ପାଳନ କରାଯିବ। ନୂଆବର୍ଷ ଆଗମନରେ ଅକଲ୍ୟାଣ୍ଡର ପ୍ରସିଦ୍ଧ ୱାଚ୍ ଟାୱାର ଆଲୋକରେ ଝଲସି ଉଠିଛି।

ଦୁନିଆର ବିଭିନ୍ନ ଅଂଚଳରେ ବିଭିନ୍ନ ସମୟ ଯୋଗୁଁ, ପ୍ରତ୍ୟେକ ଦେଶର ନୂଆ ବର୍ଷ ଏକ ଭିନ୍ନ ସମୟରେ ଆରମ୍ଭ ହୋଇଥାଏ। କିରିଟିମାଟି ଦ୍ୱୀପ (ଖ୍ରୀଷ୍ଟମାସ ଦ୍ୱୀପ) ରେ ନୂତନ ବର୍ଷ ପ୍ରଥମେ ପାଳନ କରାଯାଇଥିଲା। ଏହି ଦ୍ୱୀପ ରିପବ୍ଲିକର ଗଣତନ୍ତ୍ରର ଏକ ଅଂଶ। ଏହା ଭାରତ ଠାରୁ ୭.୩୦ ଘଣ୍ଟା ଆଗରେ। ଭାରତ ପୂର୍ବରୁ ସମୁଦାୟ ୪୧ ଟି ଦେଶ ନୂଆ ବର୍ଷ ପାଳନ କରନ୍ତି। ନ୍ୟୁଜିଲ୍ୟାଣ୍ଡ ପରେ ଅଷ୍ଟ୍ରେଲିଆର ସିଡନୀ, ମେଲବର୍ଣ୍ଣ ଏବଂ କ୍ୟାନବେରାରେ ନୂଆ ବର୍ଷ ପାଳନ ହେବ। ଏହା ଅନ୍ୟାନ୍ୟ ସହର ଆଡିଲେଡ, ବ୍ରୋକନ ହିଲା ଏବଂ ସେଡୁନାରେ ପାଳନ ହେବ। ତା’ ପରେ କ୍ବିନ୍ସଲ୍ୟାଣ୍ଡ ଏବଂ ଉତ୍ତର ଅଷ୍ଟ୍ରେଲିଆରେ ୨୦୨୫ର ଉତ୍ସବ ପାଳନ ହେବ।

You might also like