ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ବିରୋଧରେ ଆଗତ ‘ଅବିଶ୍ୱାସ ପ୍ରସ୍ତାବ’ ଖାରଜ
ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ବିରୋଧରେ ବିପକ୍ଷ ଆଣିଥିବା ଅଭିଶ୍ୱାସ ପ୍ରସ୍ତାବ ନୋଟିସ୍ ଗୁରୁବାର ରିଜେକ୍ଟ ହୋଇଯାଇଛି। ଏହାର କାରଣ ହେଉଛି ଅବିଶ୍ୱାସ ପ୍ରସ୍ତାବ ଲାଗି ନୋଟିସ୍ ଅନୁନ୍ୟ ୧୪ ଦିନ ପୂର୍ବରୁ ଦିଆଯିବାର ଥିଲା, ଯାହା କରାଯାଇ ନାହିଁ। ଏଣୁ ରାଜ୍ୟସଭା ଉପାଧ୍ୟକ୍ଷ ଟେକ୍ନିକ୍ ଆଧାରରେ ବିରୋଧୀ ଦଳଙ୍କ ଏହି ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି। ସୂଚନା ଅନୁସାରେ ରାଜ୍ୟସଭା ଉପାଧ୍ୟକ୍ଷ କହିଛନ୍ତି ଯେ ଦେଶର ଦ୍ଵିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦରେ ରହିଥିବା ବ୍ୟକ୍ତିଙ୍କୁ ବଦନାମ କରିବା ପାଇଁ ଏହି ପ୍ରସ୍ତାବ ଆଗତ କରାଯାଇଥିଲା। ଉପରାଷ୍ଟ୍ରପତିଙ୍କ ବିରୋଧରେ ମନଗଢ଼ା କାହାଣୀ କହିବା ପାଇଁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରାଯାଇଥିଲା ବୋଲି ସେ କହିଛନ୍ତି।
