ଭୁବନେଶ୍ବର ରେଲୱେ କଲୋନୀ ୟୁପି ସ୍କୁଲରେ ଶିକ୍ଷକ ଅଭାବ ।ବାରଣ୍ଡାରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ
ସ୍କୁଲ ବନ୍ଦ ଚେତାବନୀକୁ ବିରୋଧ । ସ୍କୁଲ ବାରଣ୍ଡାରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ଭୁବନେଶ୍ୱର ରେଲୱେ କଲୋନୀ ୟୁପି ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇବାକୁ ଶିକ୍ଷକଙ୍କ ଅଭାବ ରହିଛି । ସଭିଏଁ ପଢ଼ିବେ ନାରା ଦେଉଛନ୍ତି ରାଜ୍ୟ ସରକାର । ତା ସହିତ ରାଜ୍ୟ ସରକାର ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ ପାଳନ କରୁଥିବା ବେଳେ ଏଠାରେ ୧୩୦ ପିଲାଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହେବାକୁ ବସିଛି । ଷଷ୍ଠ, ସପ୍ତମ ଶ୍ରେଣୀର ସ୍କୁଲ ବନ୍ଦ କରିବା ନିଷ୍ପତ୍ତି ନେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।ଏପିରିକି ଗୁରୁବାର ଦିନ ସକାଳୁ ସକାଳୁ ଛାତ୍ରଛାତ୍ରୀମାନେ ସ୍କୁଲ ବାରଣ୍ଡାରେ ବସି ବିରୋଧ କରୁଛନ୍ତି । ସ୍କୁଲ ବାହାରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ବିରୋଧ କରୁଛନ୍ତି । ଅନ୍ୟପକ୍ଷରେ ରେଲୱେ ପକ୍ଷରୁ ଜମି ଯୋଗାଇ ଦିଆଯାଇଛି । ବିଲ୍ଡିଂ ନିର୍ମାଣ ହୋଇଛି । ବିଦ୍ୟୁତ୍ ଓ ପାଣି ସଂଯୋଗ ଓ ବିଲ୍ ପୈଠ ବି ରେଲୱେ କରୁଛି । ତା’ସତ୍ତ୍ୱ ମଧ୍ୟ କାହା ସ୍ୱାର୍ଥରେ ରେଲୱେ କଲୋନି ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯାଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି ।
