କଟକର ଯୁବ ରାପର ତଥା ଇଞ୍ଜିନିୟରଙ୍କ ଆତ୍ମହତ୍ୟା ଅଭିଯୋଗ ।
ବେଙ୍ଗାଲୁରୁରେ ଓଡ଼ିଆ ରାପର୍ ଅଭିନବ ସିଂହଙ୍କ ମୃତ୍ୟୁ ।ସ୍ତ୍ରୀଙ୍କ ଠାରୁ ନିର୍ୟାତନା ପାଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ତାଙ୍କ ମୃତ୍ୟୁ ପରେ ବାଙ୍ଗାଲୋରର ଏକ ସ୍ଥାନୀୟ ଥାନାରେ ପରିବାର ଲୋକ ଲିଖିତ ଅଭିଯୋଗ କରିଛନ୍ତି । ମାନସୀକ ଚାପରେ ଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ତାଙ୍କ ଘର କଟକର କାଳିଗଳି ନିକଟରେ ।
ତେବେ ସେ ବାଙ୍ଗାଲୋରରେ ରହୁଥିବା ବେଳେ ସେଠାରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅଭିନବ । ବିବାହର ଅଳ୍ପଦିନ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳିଗୋଳ ଆରମ୍ଭ ହୋଇଥିଲା ।ଅଭିନବ ଓଡ଼ିଶାରେ ବେଶ୍ ଜଣାଶୁଣା ତାଙ୍କ ରାପ୍ ପାଇଁ । ତାଙ୍କ ବିୟୋଗରେ ଅଭିନବଙ୍କ ଫ୍ୟାନ୍ସଙ୍କୁ ବଡ଼ ଝଟକା ଲାଗିଛି ।। ତେବେ ସେ କେଉଁ ପରି ସ୍ଥିତିରେ ସେ ଏପରି ଚରମ ନିଷ୍ପତ୍ତି ନେଲେ ତାହାର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି । ପରିବାର ପକ୍ଷରୁ ମଧ୍ୟ କୌଣସି ଏତଲା ହୋଇ ନାହିଁ ।
