ବନ୍ଦୀ ହୋଇଥିବା ସଂଗ୍ରାମୀଙ୍କୁ ମିଳିବ ୨୦ ହଜାର ଟଙ୍କାର ପେନସନ।
ଦେଶରେ ୧୯୭୧ରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିରେ ଜେଲରେ ଥିବା ସଂଗ୍ରାମୀଙ୍କୁ ୨୦ ହଜାର ଟଙ୍କା ପେନ୍ସନ୍ ଏବଂ ମାଗଣାରେ ଚିକିତ୍ସା ଯୋଗାଇଦେବା ପ୍ରସ୍ତାବକୁ ଓଡ଼ିଶା ସରକାର ଅନୁମୋଦନ କରିଛନ୍ତି ବୋଲି ସୋମବାର ଗୃହ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ଜରୁରୀକାଳୀନ ପରିସ୍ଥିତି ସମୟରେ ଜେଲ୍ରେ ଥିବା ସଂଗ୍ରାମୀଙ୍କ ପାଇଁ ମାସକୁ ୨୦ ହଜାର ଟଙ୍କା ପେନସନ୍ ମଞ୍ଜୁର କରାଯାଇଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ରେଜୋଲୁସନ ନମ୍ବର ୨୪୭୮୬/ଏଚ୍ ର ୨୧ ଅକ୍ଟୋବର ୨୦୦୯ ଏବଂ ୨୪ ଏପ୍ରିଲ୍ ୨୦୧୦ ତାରିଖର ଚିଠି ନଂ ୯୯୯୦/ ଏଚ୍ ରେ ଥିବା ବ୍ୟବସ୍ଥା ଅନୁଯାୟୀ ମାଗଣା ଚିକିତ୍ସା ଉପଲବ୍ଧ ହୋଇପାରିବ ବୋଲି ଏଥିରେ କୁହାଯାଇଛି। ଏହି ସୁବିଧା ୧ ଜାନୁୟାରୀ ୨୦୨୫ ରୁ ଆରମ୍ଭ ହେବ।
