ଆସନ୍ତା 2027 ସୁଦ୍ଧା 24 ଘଣ୍ଟିଆ ବିଶୁଦ୍ଧ ପାଣି ପହଞ୍ଚିବ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ଆସନ୍ତା 2027 ସୁଦ୍ଧା ପ୍ରତ୍ୟେକ ଘରେ କିପରି 24 ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିବ ଏଥିପାଇଁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଖରା ଦିନେ ପାଣି ସମସ୍ୟା ପାଇଁ ଖୋଲାଯିବ କଣ୍ଟ୍ରୋଲ ରୁମ୍। ଅଭିଯୋଗ ଆସିବାର 2 ଘଣ୍ଟାରେ ହେବ ସମସ୍ୟାର ସମାଧାନ । ନଦୀ ଜଳକୁ ଅଧିକା ବ୍ୟବହାର କରିବାକୁ ବ୍ୟାରେଜ୍ ତିଆରି କରାଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।ମନ୍ତ୍ରୀ ଆହୁରି କହିଛନ୍ତି, ‘ଯେତିକି ପ୍ରୋଜେକ୍ଟ ଥିଲା ପ୍ରାୟତ 1,2 ଛାଡ଼ିଲେ ସବୁ ସରିଯାଇଛି । ଖୁବ ଶୀଘ୍ର ବାକି ଗୁଡ଼ିକର କାମ ସାରିବୁ । ଜମି ଅଧିଗ୍ରହଣ ସମସ୍ୟା ପାଇଁ ପାଇପ ପକାଇବାରେ ସମସ୍ୟା ହେଉଛି ଯାହାର ସମାଧାନ ଆମେ କରିଦେବୁ । ପାଣିର ଉତ୍ସ ପାଇଁ ଭୂତଳ ଜଳ ଓ ନଦୀର ଜଳକୁ ବ୍ୟବହାର କରୁଛୁ ।

You might also like