ଅପରେସନ୍‌ ଗ୍ରୀନ୍‌ କ୍ଲିନ୍‌ ଅଭିଯାନ ନେଇ ସୂଚନା ଦେଲେ ଡିଜିପି ଓ୍ୱାଇ. ବି. ଖୁରାନିଆ।

ରାଜ୍ୟରୁ ଗଞ୍ଜେଇ ଚାଷ ମୂଳପୋଛ କରିବାକୁ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଗ୍ରୀନ କ୍ଲିନ୍‌ ଅଭିଯାନ ନେଇ ଡିଜିପି ଓ୍ବାଇବି ଖୁରାନିଆ ସୂଚନା ଦେଇ କହିଛନ୍ତି,ମୋଟ ୫୪ଟି ଗଞ୍ଜେଇ ଚାଲାଣ ଓ ଚାଷ ନେଇ ମାମଲା ରୁଜୁ ହୋଇଛି। ୫୩୦୦ କେଜି ଗଞ୍ଜେଇ ଜବତ କରାଯିବା ସହ ୮୦ ଜଣଙ୍କୁ ଗିରଫ କରାଯାଇଛି। ନଗଦ ୧୫ ଲକ୍ଷରୁ ଅଧିକ ଟଙ୍କା ସହ ୨୦ଟି ଗାଡି ଜବତ ହୋଇଛି।

ରାଜ୍ୟରେ ୮ଟି ଜିଲ୍ଲାରେ ସର୍ବାଧିକ ଗଞ୍ଜେଇ ଚାଷ ହେଉଛି। ଡ୍ରୋନ୍ ଏବଂ ସାଟେଲାଇଟ୍ ଜରିଆରେ ନଜର ରଖାଯାଇଛି। ଉକ୍ତ ସ୍ଥାନରୁ ମଧ୍ୟ ଗଞ୍ଜେଇ ମୂଳପୋଛ ହେବାକୁ ଲକ୍ଷ୍ୟ ରହିଛି।କନ୍ଧମାଳ, ବୌଦ୍ଧ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ ଏବଂ ଅନ୍ୟାନ୍ୟ ପଡୋଶୀ ଜିଲ୍ଲାଗୁଡ଼ିକ ଗଞ୍ଜେଇ ଚାଷର କେନ୍ଦ୍ରସ୍ଥଳୀ ପାଲଟିଛନ୍ତି। ଏହି ଅଭିଯାନର ପ୍ରଥମ ୨୪ ଦିନ ମଧ୍ୟରେ, ଏହି ସବୁ ଜିଲ୍ଲା ଗୁଡ଼ିକରେ ପ୍ରାୟ ୨୩୭୫ ଏକର ଗଞ୍ଜେଇ ଚାଷ ହୋଇଥିବା ଜମିକୁ ନଷ୍ଟ କରିବାରେ ସକ୍ଷମ ହୋଇଛୁ।

You might also like