ହାସ୍ୟ ଅଭିନେତା ସୁନୀଲ ପାଲ ହୋଇଥିଲେ ଅପହରଣ ; ପତ୍ନୀ କଲେ ଖୁଲାସା

ମିଳିଲା କମେଡିଆନ ସୁନୀଲ ପାଲଙ୍କ ପତ୍ତା। ସେ ନିଖୋଜ ଥିବା ନେଇ ପତ୍ନୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ହେଲେ ଏବେ ସେ ଠିକ୍‌ ଥିବା ନିଜେ ଫୋନ୍‌ ଯୋଗେ କହିଛନ୍ତି। ଏହାଛଡ଼ା ତାଙ୍କର ଅପହରଣ ହୋଇଥିବା ସେ ପୋଲିସକୁ ଜଣାଇଛନ୍ତି।ସୁନୀଲଙ୍କ ପତ୍ନୀ ନିଜ ସ୍ବାମୀଙ୍କ ନିଖୋଜ ନେଇ ଅଭିଯୋଗ କରିଥିଲେ। ସେ ମୁମ୍ବାଇ ବାହାରକୁ ଶୋ’ ପାଇଁ ଯାଇଥିଲେ। ମଙ୍ଗଳବାର ସେଠାରୁ ଫେରିବାର ଥିଲା। ହେଲେ ସେ ଆସି ନ ଥିଲେ। ପତ୍ନୀଙ୍କ ଅଭିଯୋଗ ପରେ ପୋଲିସ ମାମଲାର ଯାଞ୍ଚ କରୁଥିଲା। ଏବେ ସୁନୀଲ ତାଙ୍କୁ ଯୋଗାଯୋଗ କରିଛି।କହିବାକୁ ଗଲେ ସୁନୀଲ କମେଡିରେ ଫ୍ୟାନ୍ସଙ୍କୁ ସବୁବେଳେ ହସାନ୍ତି। ୨୦୦୫ରେ ସେ ଗ୍ରେଟ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜରେ ଶୋ କରୁଥିଲେ। ଏହା ବ୍ୟତୀତ ସେ ଆକ୍ଟିଙ୍ଗ ବି କରିଛନ୍ତି । ସୁନୀଲ ଫିର ହେରା ଫେରି, ଅପନା ସପନା ମନି ମନି, ବମ୍ବେ ଟୁ ଗୋଆ ଭଳି ଫିଲ୍ମରେ କାମ କରିଛନ୍ତି ।

You might also like