ଆଦାମପୁର ଏୟାରବେସ୍ରେ ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ପଞ୍ଜାବର ଆଦାମପୁର ଏୟାରବେସ୍ରେ ମଙ୍ଗଳବାର ସକାଳେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ଯବାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ଏଠାରେ ପ୍ରଧାନମନ୍ତ୍ରୀ ଯବାନଙ୍କ ସାହସକୁ ଆହୁରି ବଢାଇବା ସହ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।ଯବାନଙ୍କ ଗହଣରେ ୧ ଘଣ୍ଟା ସମୟ ବିତାଇଛନ୍ତି । ସେହି ୧ ଘଣ୍ଟା ବେଶ୍ ଆନନ୍ଦ ଦେଇଥିବା ସୋସିଆଲ ମିଡିଆ ‘ଏକ୍ସ’ରେ ସେୟାର କରିଛନ୍ତି ନିଜେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଓ ଯବାନଙ୍କ ଅନେକ ଫଟୋ ଏବେ ସାମ୍ନାକୁ ଆସିଛି । ଗୋଟିଏ ଫଟୋରେ ଭାରତୀୟ ଲଢେଇ ବିମାନର ଫଟୋ ମଧ୍ୟ ଦେଖାଯାଉଛି ।କିଛି ଦିନ ତଳେ ପାକିସ୍ତାନ ଏହି ଆଦମପୁର ଏୟାରବେସକୁ ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଧମକ ଦେଇଥିଲେ। ଆଜି ଏୟାରବେସକୁ ଯିବାବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏୟାର ଚିଫ୍ ମାର୍ଶାଲ ମଧ୍ୟ ସାମିଲ୍ ଥିଲେ।
