ନୂତନ ଶିକ୍ଷା ବର୍ଷରେ ୬ରୁ ୧୪ ବର୍ଷ ବୟସର ଡ୍ରପ୍‌ଆଉଟ୍‌ ପିଲାଙ୍କ ତଥ୍ୟ ମାଗିଲା ଓସେପା

ନୂତନ ଶିକ୍ଷା ବର୍ଷରେ ୬ରୁ ୧୪ ବର୍ଷ ବୟସର ନାମ ଲେଖାଇ ନ ଥିବା, ଡ୍ରପ୍‌ଆଉଟ୍‌ ପିଲାଙ୍କ ତଥ୍ୟ ମାଗିଲା ଓସେପା। ଏପ୍ରିଲ୍ ୧ରୁ ଆରମ୍ଭ ହୋଇଛି ନୂଆ ଶିକ୍ଷାବର୍ଷ। ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇ ସାରିଥିବାରୁ ଜିଲ୍ଲାପାଳଙ୍କୁ ଚିଠି। କେନ୍ଦ୍ର ସରକାରଙ୍କ ପ୍ରବନ୍ଧ ପୋର୍ଟାଲରେ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ।

ନୂଆ ଶିକ୍ଷାବର୍ଷ ଆରମ୍ଭ ସ‌ହିତ ୨ ତାରିଖରୁ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଓ ଉତ୍ସବ କରାଯାଇଛି। ନୂଆ କରି ସ୍କୁଲରେ ପିଲାଙ୍କ ନାମଲେଖା ଯାଇଛି। ଶିକ୍ଷା ଅଧିକାର ଆଇନ ୨୦୦୯ ଓ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ, ୫ ବର୍ଷରୁ ୬ ବର୍ଷ ପିଲାଙ୍କୁ ଶିଶୁ ବାଟିକା, ୬ ବର୍ଷରୁ ଅଧିକ ବର୍ଷର ପିଲାଙ୍କୁ ପ୍ରଥମ ଶ୍ରେଣୀରେ ନାମଲେଖାଇବାର ନିୟମ ରହିଛି। ଓସେପା ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି ଯେ କେନ୍ଦ୍ର ସରକାର ଡ୍ରପ୍‌ଆଉଟ୍ ପରିଚାଳନା ପାଇଁ ପ୍ରବନ୍ଧ ପୋର୍ଟାଲ୍‌ରେ ସ୍କୁଲ ଶିକ୍ଷାରୁ ଦୂରରେ ଥିବା ପିଲାଙ୍କୁ ଚିହ୍ନଟ କରି ରିପୋର୍ଟ ଦାଖଲ କରାଯିବ। ଯଦି ଆବଶ୍ୟକ ପଡ଼େ ସ୍କୁଲ ଶିକ୍ଷାରୁ ୩/୬/୧୨ ମାସ ଧରି ଦୂରରେ ଥିବା ପିଲାଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସ୍ବତନ୍ତ୍ର ତାଲିମ ପ୍ରଦାନ କରିବାକୁ କୁହାଯାଇଛି ।

You might also like