ପାଣି ପାଇଁ ଭାରତକୁ ନିବେଦନ କରୁଛି ପାକିସ୍ତାନ

ସିନ୍ଧୁ ଜଳ ଚୁକ୍ତିନାମାକୁ ଭାରତ ସ୍ଥଗିତ ରଖିବା ପରେ ପାକିସ୍ତାର ସ୍ଥିତି ଖରାପ ହେବାରେ ଲାଗିଛି । ପାକିସ୍ତାନ ପୂର୍ବରୁ ଋଣରେ ବୁଡ଼ି ରହିଥିବା ବେଳେ, ଏବେ ଜଳ ଅଭାବ ଏହାର ସମସ୍ୟାକୁ ଆହୁରି ବଢାଇ ଦେଇଛି । ଏହି ସଙ୍କଟରୁ ମୁକ୍ତି ପାଇବା ପାଇଁ ପାକିସ୍ତାନ ଏପର୍ଯ୍ୟନ୍ତ ଭାରତକୁ ୪ ଥର ଚିଠି ଲେଖି ସିନ୍ଧୁ ଜଳ ସନ୍ଧିକୁ ପୁନଃସ୍ଥାପନ କରିବା ପାଇଁ ଅନୁରୋଧ କରିଛି।

ପାକିସ୍ତାନର ଜଳ ସମ୍ପଦ ସଚିବ ସୟ୍ୟଦ ଅଲୀ ମୁର୍ତଜା ଭାରତର ଜଳଶକ୍ତି ମନ୍ତ୍ରଣାଳୟକୁ ଚିଠି ଲେଖି କହିଛନ୍ତି ଯେ, ସନ୍ଧି ସ୍ଥଗିତ ହେବା ଯୋଗୁଁ ପାକିସ୍ତାନରେ ଜଳ ସଙ୍କଟ ଗଭୀର ହୋଇଛି। ଏହି ଚିଠିର ଏକ ନକଲ ଭାରତର ବୈଦେଶିକ ମନ୍ତ୍ରଣାଳୟକୁ ମଧ୍ୟ ପଠାଯାଇଛି। ପ୍ରଥମ ଚିଠି ମେ’ ମାସର ପ୍ରଥମ ସପ୍ତାହରେ ଲେଖାଯାଇଥିବା ବେଳେ ପରେ ଆଉ ତିନୋଟି ଚିଠି ଲେଖାଯାଇଛି।ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି, ରକ୍ତ ଏବଂ ପାଣି ଏକାଠି ପ୍ରବାହିତ ହୋଇପାରିବ ନାହିଁ। ଅନ୍ୟପକ୍ଷରେ, ଭାରତ ସରକାର ପାକିସ୍ତାନକୁ ଯାଉଥିବା ପାଣିର ଉତ୍ତମ ବ୍ୟବହାର ପାଇଁ ପ୍ରାୟ ୧୨ କିଲୋମିଟରର ଏକ ସୁଡ଼ଙ୍ଗ ଏବଂ ପ୍ରାୟ ୧୨୦-୧୩୦କିଲୋମିଟରର ଏକ ନାଳ ନିର୍ମାଣ କରିବା ଯୋଜନାରେ କାମ କରୁଛି।ଏହି ସୁଡ଼ଙ୍ଗ ଏବଂ ନାଳ ମାଧ୍ୟମରେ ପାକିସ୍ତାନକୁ ଯାଉଥିବା ନଦୀଗୁଡ଼ିକର ପାଣିକୁ ରବି କେନାଲ ପ୍ରକଳ୍ପ, ଇନ୍ଦିରା ନଦୀ ପ୍ରକଳ୍ପ, ବିକାନେର କେନାଲ, ଗଙ୍ଗ କେନାଲ ସହିତ ସଂଯୋଗ କରିବାର ଯୋଜନା ଅଛି ଯାହା ଦ୍ୱାରା ଏହି ନଦୀଗୁଡ଼ିକର ପାଣି ହରିୟାଣା, ପଞ୍ଜାବ, ରାଜସ୍ଥାନ ଏବଂ ଦିଲ୍ଲୀକୁ ଅଣାଯାଇପାରିବ।

You might also like