ଭାରତକୁ ବିଏସଏଫ ଯବାନଙ୍କୁ ଫେରାଇଲା ପାକିସ୍ତାନ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖୁବ୍‌ ଉତ୍ତେଜନା ଚାଲିଛି। ଇତିମଧ୍ୟରେ, ବିଏସଏଫ ଯବାନ ପିକେ ସାହୁ ସ୍ବଦେଶକୁ ଫେରି ଆସିଛନ୍ତି। ପାକିସ୍ତାନ ତାଙ୍କୁ ଭାରତକୁ ଫେରାଇ ଦେଇଛି। ପିକେ ସାହୁ ୨୩ ଏପ୍ରିଲରେ ଭୁଲବଶତଃ ପାକିସ୍ତାନ ସୀମାରେ ପ୍ରବେଶ କରିଥିଲେ। ଏହା ପରେ ତାଙ୍କୁ ପାକିସ୍ତାନୀ ସେନା ଗିରଫ କରିଥିଲା। ୨୧ ଦିନ ପରେ ପିକେ ସାହୁଙ୍କୁ ମୁକ୍ତ କରାଯାଇଛି।ଗତ ୨୧ ଦିନ ଭିତରେ ପିକେ ସ’ଙ୍କୁ ଛାଡ଼ିବା ପାଇଁ ବିଏସ୍‌ଏଫ୍‌ ଅଧିକାରୀମାନେ ଅନେକ ଥର ଫ୍ଲାଗ୍‌ ମିଟିଂ କରିଛନ୍ତି କିନ୍ତୁ ପାକ୍‌ ତରଫରୁ କୌଣସି ଉତ୍ତର ଆସିନଥିଲା ।

ବିଏସ୍‌ଏଫ୍‌ ଅଧିକାରୀଙ୍କ ସୂଚନା ଅନୁସାରେ,ଯବାନ ପିକେ ସ’ ବର୍ଡର ପାଖାପାଖି ଏକ କ୍ଷେତରେ କୃଷକମାନଙ୍କ ସହ ଥିଲେ । ଗୋଟିଏ ଗଛ ତଳେ ବିଶ୍ରାମ କରିବାକୁ ଯାଇ ଅଜାଣତରେ ପାକିସ୍ତାନ ପଟକୁ ଚାଲିଯାଇଥିଲେ । ଏହାର ସୁଯୋଗ ନେଇ ପାକ୍‌ ଆର୍ମି ତାଙ୍କୁ ଉଠାଇ ନେଇ ଅଟକ ରଖିଥିଲେ । ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମିବା ପରେ ଆଶା ଥିଲା ଯେ ଉଭୟ ଦେଶର ସେନା ଅଧିକାରୀଙ୍କ ମଧ୍ୟରେ ପୁଣି ଥରେ ବୈଠକ ପରେ ଯବାନଙ୍କୁ ଅଣାଯାଇପାରିବ । ଶେଷରେ ସେଇଆ ହିଁ ହେଲା,ଭାରତ ଫେରିଲେ ଯବାନ୍‌ । ତେବେ ଭାରତର ଅପରେଶନ ସିନ୍ଦୁର ପାକିସ୍ତାନକୁ ବହୁତ କ୍ଷତି ପହଞ୍ଚାଇଥିଲା, କିନ୍ତୁ ଏହା ପିକେ ସାହୁଙ୍କ ମୁକ୍ତିକୁ ପ୍ରଭାବିତ କରିନଥିଲା।’

You might also like