ଫେବୃଆରୀ ୨୮ରେ ଗୋଟିଏ ସରଳରେଖାରେ ସାତଟି ଗ୍ରହ ଦେଖାଯିବ। 

ଫେବୃଆରୀ ୨୮ରେ ଗୋଟିଏ ସରଳରେଖାରେ ସାତଟି ଗ୍ରହ ଦେଖାଯିବ। ଏହି ସମୟ ମଧ୍ୟରେ ଶନି, ବୁଧ, ନେପଚ୍ୟୁନ୍, ଶୁକ୍ର, ୟୁରାନସ୍, ବୃହସ୍ପତି ଏବଂ ମଙ୍ଗଳ ଆଦି ଗ୍ରହ ଏକ ସରଳରେଖାରେ ଦେଖାଯିବେ। ବୈଜ୍ଞାନିକମାନେ ଏହି ଘଟଣାକୁ ଏକ ବିରଳ ସଂଯୋଗ ଭାବରେ ବର୍ଣ୍ଣନା କରିଛନ୍ତି।ଗୋଧୂଳି ସମୟରେ କିମ୍ବା ସୂର୍ଯ୍ୟାସ୍ତରୁ ୪୫ ମିନିଟ ଭିତରେ ଏହି ଦୃଶ୍ୟ ସର୍ବାଧିକ ଦୃଶ୍ୟମାନ ହେବ। ଏହା ପରେ ୨୦୪୦ ପର୍ଯ୍ୟନ୍ତ ଆଉ ଏପରି ବିରଳ ଦୃଶ୍ୟ ଦେଖିବାକୁ ମିଳିବ ନାହିଁ।ଏହି ଅଦ୍ଭୁତ ଜ୍ୟୋତିର୍ବିଜ୍ଞାନ ଘଟଣାଟିକୁ ପ୍ଲାନେଟାରି ଆଲାଇନମେଣ୍ଟ କୁହାଯାଏ।

You might also like