ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ପିଜି ନାମଲେଖା

ଆଗାମୀ ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିଷ୍ପତ୍ତି ହୋଇଥାନ୍ତି। ଏଥିପାଇଁ ଆବେଦନକାରୀ ଛାତ୍ରଛାତ୍ରୀ ମାର୍ଚ୍ଚ ୧୦ ତାରିଖଠାରୁ କମନ ଆପ୍ଲିକେସନ ଫର୍ମ ବା CAF ମାଧ୍ୟମରେ ଆବେଦନ କରିପାରିବେ। ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପିଜି ପାଠପଢ଼ା। ମାର୍ଚ ୧୦ରୁ ଆବେଦନ, ମେ ପ୍ରଥମ ସପ୍ତାହରେ ପ୍ରବେଶିକା ପରୀକ୍ଷା। +୩ ଫଳ ପ୍ରକାଶ ପୂର୍ବରୁ ମଧ୍ୟ ପିଜିରେ ନାମ ଲେଖାଇ ହେବ। ପରୀକ୍ଷାରେ ଫେଲ୍‌ ହୋଇଥିଲେ ନାମଲେଖା ବାତିଲ କରାଯିବ। ପୂର୍ବଭଳି ପ୍ରବେଶିକା ପରୀକ୍ଷାର ମାର୍କ ଓ କ୍ୟାରିଅର ମାର୍କ ମଧ୍ୟରେ 80 ଅନୁପାତ 20 ରହୁଥିଲା। ହେଲେ ଏଥର କ୍ୟାରିଅର ମାର୍କକୁ ଆଉ ବିଚାରକୁ ନିଆଯିବ ନାହିଁ ।ଉଲ୍ଲେଖଯୋଗ୍ୟ, ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଓ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପ୍ରକିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ୨୦୨୫ ଜୁଲାଇ ୧୦ ସୁଦ୍ଧା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ସଠିକ ସମୟରେ ପାଠ୍ୟକ୍ରମ ସମାପ୍ତ ହେବା ସହ ସଠିକ ସମୟରେ ପରୀକ୍ଷା କରାଯାଇ ଫଳାଫଳ ମଧ୍ୟ ଘୋଷଣା କରାଯାଇପାରିବ

You might also like