ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ

ଓଡ଼ିଶାରେ ବିଜେପି ସରକାର ଏକାକୀ ସରକାର କରିବା ପରେ ଏବେ ଏକ ବର୍ଷ ପୁରା ହେବାକୁ ଯାଉଛି। ବିଜେପି ଓଡ଼ିଶାରେ ପ୍ରଥମଥର ପାଇଁ ସରକାର କରିଥିବା ବେଳେ ସରକାର ବଡ ଧୁମଧାମରେ ଏକ ବର୍ଷ ପୃର୍ତ୍ତୀ ପାଳନ କରିବେ। ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ଓ କେନ୍ଦ୍ର ମନ୍ତ୍ରୀ ମଣ୍ଡଳର ଅନ୍ୟ ସଦସ୍ୟ ବୃନ୍ଦ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ରାଜସ୍ୱ ମନ୍ତ୍ରୀ କହିଛନ୍ତି, ‘ବର୍ଷ ପୂର୍ତ୍ତିକୁ ଉତ୍ସବ ନୁହେଁ, ଉତ୍ତରଦାୟୀ କାର୍ଯ୍ୟକ୍ରମ ଭାବେ ପାଳିବୁ। ରାଜ୍ୟରେ ଜୁନ୍‌ ୧୨ରୁ ୧୯ ଯାଏଁ ଚାଲିବ ବିଭିନ୍ନ କାର୍ଯ୍ୟକ୍ରମ। ଜିଲ୍ଲାଠୁ ନେଇ ବ୍ଲକ, ପଞ୍ଚାୟତ, ପୌରସଂସ୍ଥାରେ କାର୍ଯ୍ୟକ୍ରମ କରାଯିବ। ବର୍ଷକରେ ୧୧ ନିର୍ବାଚନ ପ୍ରତିଶ୍ରୁତି ପୂରଣ ହୋଇଛି।’

You might also like