ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମାରିବାକୁ ଧମକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ଧମକ ମିଳିଛି । ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଏକ ଧମକପୂର୍ଣ୍ଣ କଲ୍‌ ଆସିଛି । ଜଣେ ବ୍ୟକ୍ତି ଫୋନ୍‌ କରି ମୋଦିଙ୍କୁ ଜୀବନରେ ମାରିଦେବାକୁ ଯୋଜନା ଚାଲିଥିବା କହିଛନ୍ତି । ଧମକପୂର୍ଣ୍ଣ କଲ୍ ମିଳିବା ପରେ ପୋଲିସ ଆଲର୍ଟ ମୋଡରେ ରହି ମାମଲା ଯାଞ୍ଚ ଆରମ୍ଭ କରିଛି ତେବେ ପୋଲିସ କହିବା ମୁତାବକ, ଅଭିଯୁକ୍ତଙ୍କ ପରିଚୟ ମିଳିଛି । ମୁମ୍ବାଇର ଅମ୍ବୋଲି ପୋଲିସ ଷ୍ଟେସନରେ ମାମଲା ଦାୟର କରିଛି । ଧମକ ଦେଇଥିବା ଜଣେ ମହିଳା ବୋଲି ଜଣାପଡିଛି । ପୋଲିସ ଗିରଫ କରିବା ପାଇଁ ଯୋଜନା କରୁଛି । ତେବେ ମହିଳା ଜଣକ ମାନସିକ ଭାବେ ଅସ୍ଥିର ବୋଲି ଜଣାପଡିଛି ।

You might also like