ଆଜି ଆସିବ ୬ ରୋଗୀଙ୍କ ପୋଷ୍ଟମୋର୍ଟମ ରିପୋର୍ଟ, ଜଣାପଡ଼ିବ କାରଣ।
କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିପିଟାଲରେ ମଙ୍ଗଳବାର ବିଳମ୍ବିତ ରାତିରେ ଚିକିତ୍ସିତ ହେଉଥିବା ୬ ରୋଗୀ ରାତିରେ ମୃତ୍ୟୁବରଣ କରିଥିବା ଘଟଣା। ମେଡିକାଲରେ ପହଞ୍ଚିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାର ସମୀକ୍ଷା କରୁଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ମେଡିକାଲର ସମସ୍ତ କର୍ମଚାରୀଙ୍କୁ ଘଟଣା ନେଇ ପଚରାଉଚରା କରିଛନ୍ତି ।
ସେହିପରି SCBର ଆଉ ଦୁଇ ଜଣ ମେଡିକାଲ ଯିବେ। ତଦନ୍ତ ପରେ ଆଜି ଆସିବ DMETଙ୍କ ଯାଞ୍ଚ ଓ ପୋଷ୍ଟମୋର୍ଟମ ରିପୋର୍ଟ । ୫ ଜଣିଆ ସ୍ବତନ୍ତ୍ର କମିଟି ଗଠନ କରିଛନ୍ତି ଡିଏମଇଟି। ଭୁଲ ଇଞ୍ଜେକସନରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ମୃତକଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି । ICUରେ ୩ ଜଣ ଓ ୱାର୍ଡରେ ୨ ରୋଗୀଙ୍କ ଜୀବନ ଯାଇଛି ।ଇଞ୍ଜେକ୍ସନ୍ ଦେବାର ୧୫ ମିନିଟ ଭିତରେ ଆଇସିୟୁରେ ତିନି ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଏପଟେ ମୃତ ରୋଗୀ ମାନେ ଗୁରୁତର ଥିଲେ, ଇଞ୍ଜେକ୍ସନ ଯୋଗୁଁ ମୃତ୍ୟୁ ହୋଇନଥାଇପାରେ ବୋଲି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ସଫେଇ ଦେଇଛନ୍ତି ।
