ବଜାରରେ ପୁଣି ବଢିଛି ଆଳୁ ଦର। 

ବଜାରରେ ପୁଣି ବଢିଛି ଆଳୁ ଦର। ମଝିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ଆଳୁ ଅଟକାଇ ଦେଇଥିବାରୁ ଆଳୁ ଦର ୫୦ ଟଙ୍କା ଯାଏ ବଢିଥିଲା। ହେଲେ ଗତକାଲି ଠାରୁ ହଠାତ ଅତି ଦରକାରୀ ପରିବା ଆଳୁ କିଲୋ ପିଛା ୧୦ ଟଙ୍କା ଉଚ୍ଚା ହୋଇଛି। ପ୍ୟାକେଟ ପିଛା ୪ଶହ ଟଙ୍କା ବଢିବା ଦ୍ବାରା ବର୍ତ୍ତମାନ ପରିବ ବ୍ୟବସାୟୀ ଏବଂ ଖୁଚୁରା ବେପାରୀ ଆଳୁ କେଜି ୪୦ ଓ ୪୫ ଟଙ୍କାରେ ବିକ୍ରି କରୁଛନ୍ତି। ସାଧାରଣ ନିର୍ବାଚନ ପରେ ହଠାତ ବଜାରରେ ଆଳୁ ସଙ୍କଟ ଦେଖାଦେବାରୁ କେଜି ୫୦ରୁ ୬୦ଟଙ୍କା ଛୁଇଁଥିଲା। ଏଭଳି ପରିସ୍ଥିତି ସ୍ବାଭାବିକ କରିବାକୁ ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରିଥିଲେ। ତଥାପି ରାଜ୍ୟରେ ଆଳୁ ଦର ନିୟନ୍ତ୍ରଣକୁ ଆସିପାରିଲା ନାହିଁ। ବର୍ତ୍ତମାନ ସ୍ଥିତି ହେଉଛି ଓଡ଼ିଶାକୁ ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଆଳୁ ଆସୁଛି।

ହେଲେ ପରିବହନ ଖର୍ଚ୍ଚ ଅଦିକ ପଡୁଥିବାରୁ ଦର ବୃଦ୍ଧି ପାଉଥିବା ବ୍ୟବସାୟୀ କହିଛନ୍ତି।କିଛିଦିନ ପୂର୍ବରୁ ଆଳୁ ସମସ୍ୟା ଭିତରେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ରୋକଠୋକ ଜବାବ ଦେଇଥିଲେ ଯେ, ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନି। ସେ ରାଜ୍ୟ ଯଦି ନିଜ ଆଡୁ ଆଳୁ ପଠାଏ ତାହାଲେ ରଖିବୁ। ଆମେ ୟୁପିରୁ ଆଳୁ ଆମଦାନୀ କରିବୁ। ତେବେ ଓଡ଼ିଶାରେ ଏବେ ଆଳୁ ସଙ୍କଟ ନାହିଁ, ସେ ୩୦ ଟଙ୍କାରେ ଆଳୁ କିଣିଥିବା କହିଥିଲେ। କିନ୍ତୁ ଏବେ ଆଳୁ ଚିନ୍ତା ବଢିପାରେ

You might also like