ନୂଆବର୍ଷରେ ପର୍ଯ୍ୟଟକଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ଅନଲାଇନ ମାଧ୍ୟମରେ ଟିକେଟର ବ୍ୟବସ୍ଥା

ନୂଆ ବର୍ଷ ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ବିଶେଷ ଭାବେ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ଗୁରୁତ୍ଵ ଦିଆଯାଇଛି । ଏହାସହ ପ୍ରବେଶ ଟିକେଟ କରିବା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ଅନଲାଇନ ଟିକେଟ ବୁକିଂ ବ୍ୟବସ୍ଥା କରାଯାଇଛି ।ଲମ୍ବା ଧାଡ଼ିରେ ଛିଡ଼ା ନ ହୋଇ ହ୍ଵାଟ୍ସଆପ୍‌ରେ ଟିକେଟ ସଂଗ୍ରହ କରିବାର ସୁବିଧା କରାଯାଇଛି । ହ୍ଵାଟ୍ସଆପ୍‌ ନମ୍ବର ହେଉଛି ୭୬୭୧୮୪୪୪୮୫୬ । ଏହି ନମ୍ବରରେ ହାଏ (Hi) ଲେଖି ମେସେଜ କରିଲେ ଟିକେଟ ପାଇଁ ବିଭିନ୍ନ ପ୍ରକାରର ସୋପାନ ଆସିବ ।

ଏହାକୁ ସିଲେକ୍ଟ କରି ଟିକେଟ କରିପାରିବେ । ଅଲଗା ଦିନ ଅପେକ୍ଷା ନୂଆବର୍ଷ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପ୍ରସ୍ତୁତି ଜୋରଦାର ହୋଇଛି । ପର୍ଯ୍ୟଟନ ଋତୁରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ବୁଲିବାକୁ ଆସିଥାନ୍ତି । ପର୍ଯ୍ୟଟକମାନେ ରୋପୱେର ମଜା ନେବା ସହ ବାଘ, ଭାଲୁ, ସିଂହ ଓ ତୃଣଭୋଜି ସଫାରୀ ବୁଲିଥାନ୍ତି । ସେହିପରି ବାଘ, ସିଂହ, ଭାଲୁ, ହୁଲକ୍ ଗିବନ, ଜିରାପ୍, ସିମ୍ପାଜୀ, ବିଦେଶୀ ମାଙ୍କଡ଼ ଆଦି ବିଭିନ୍ନ ପ୍ରଜାତିର ୩ ହଜାରରୁ ଅଧିକ ଜୀବଜନ୍ତୁ, ପକ୍ଷୀ, ସରୀସୃପ ଦେଖିବା ସହ ମାନରାଞ୍ଜନ କରିଥାନ୍ତି ।

You might also like