IAS କେକେ.ସଂଜୟ ମୂର୍ତ୍ତି ହେବେ ନୂଆ ସିଏଜି

ବରିଷ୍ଠ ଆଇଏଏସ ଅଧିକାରୀ ସଚିବ କେ.ସଞ୍ଜୟ ମୂର୍ତ୍ତି ଭାରତର ନୂଆ ମହାଲେଖା ପରୀକ୍ଷକ ଓ ନିୟନ୍ତ୍ରକ ବା ସିଏଜି ନିଯୁକ୍ତ ହୋଇଛନ୍ତି । ମୂର୍ତ୍ତି ବର୍ତ୍ତମାନ ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗର ସଚିବ ଅଛନ୍ତି । ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ସ୍ଥାନ ନେବେ କେ. ସଞ୍ଜୟ ମୂର୍ତ୍ତି। ଗିରିଶ ଚନ୍ଦ୍ର ମୁର୍ମୁ ଅଗଷ୍ଟ ୨୦୨୦ ରୁ ଏହି ପଦବୀରେ ଅଛନ୍ତି। ସିଏଜି ଭାବରେ ନିଯୁକ୍ତ ହେବା ପୂର୍ବରୁ ମୁର୍ମୁ, ଜାମ୍ମୁ କାଶ୍ମୀରର ନୂତନ ଭାବେ ଗଠିତ କେନ୍ଦ୍ର ଶାଶିତ ଅଂଚଳର ପ୍ରଥମ ଲେଫ୍ଟନାଣ୍ଟ-ଗଭର୍ଣ୍ଣର ଥିଲେ। ପ୍ରଶାସନ ଏବଂ ଶାସନ କ୍ଷେତ୍ରରେ ମୁର୍ତ୍ତୀଙ୍କ ବିପୁଳ ଅଭିଜ୍ଞତା ତାଙ୍କୁ ଭାରତ ସରକାରଙ୍କ ଆକାଉଣ୍ଟ ଅଡିଟ୍ କରିବା ଏବଂ ସାଧାରଣ ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ଦାୟିତ୍ୱ ମିଳିଛି।

You might also like