ବାତ୍ୟା ‘ଫେଙ୍ଗଲ୍’ ଅତିକ୍ରମ କରିବା ପରେ ରାସ୍ତାରେ କାର ଓ ବସ୍ ଭସୁଛି।

ତାମିଲନାଡୁ-ପୁଡୁଚେରୀ ଉପକୂଳରେ ଶନିବାର ସନ୍ଧ୍ୟାରେ ସାମୁଦ୍ରିକ ଝଡ଼ ଫେଙ୍ଗଲ ସ୍ଥଳଭାଗ ଛୁଇଁବା ପରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଚେନ୍ନାଇରେ ବିଦ୍ୟୁତ୍ ଆଘାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ବଡ଼ ଧରଣର କ୍ଷୟକ୍ଷତି ଖବର ମିଳିନାହିଁ। ପୁଡୁଚେରୀରେ ଗତ ରାତିରେ ୪୪ ସେଣ୍ଟିମିଟର ବର୍ଷା ହୋଇଛି, ଯାହା କି ଗତ ୩୦ ବର୍ଷ ମଧ୍ୟରେ ସର୍ବାଧିକ।ତେବେ ତାମିଲନାଡ଼ୁର କ୍ରିଷ୍ଣାଗିରି ଜିଲ୍ଲା ଗତ ଦୁଇଦିନରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଛି।

ଜିଲ୍ଲାର ତଳିଆ ଅଞ୍ଚଳରେ ଥିବା ଏକ ରାସ୍ତାରେ କାର, ବସ ଗୁଡ଼ିକ କାଗଜ ଡଙ୍ଗା ଭଳି ପାଣିରେ ଭାସି ଯାଉଥିବା ଦେଖିବାକୁ ମିଳିଛି।ତାମିଲନାଡ଼ୁ କ୍ରିଷ୍ଣାଗିରି ଜିଲ୍ଲାର ଉଥାଂଗରାଇ ବସ୍ ଷ୍ଟାଣ୍ଡର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି ଯେ ଅନେକ ବସ୍ ବନ୍ୟାଜଳରେ ବୁଡ଼ି ରହିଛି। କେତେକ ବସ୍, କାର୍ ଓ ଅନ୍ୟ ଗାଡ଼ି ଗୁଡ଼ିକ କାଗଜ ଡଙ୍ଗା ପରି ବନ୍ୟାଜଳରେ ଧିରେ ଧିରେ ଭାସି ଯାଉଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି।

You might also like