ହାୱଡ଼ା- ପୁରୀ ବନ୍ଦେ ଭାରତରେ ଲାଗିବ ଅଧିକ ୪ଟି କୋଚ୍ ।
ଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ବର୍ଦ୍ଧିତ ଚାହିଦା ଏବଂ ନିରନ୍ତର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଚଳିତ ମେ ମାସ ୧୬ ତାରିଖରୁ 22895/22896 ପୁରୀ-ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନରେ ଚାରିଟି ଅତିରିକ୍ତ ଏସି ଚେୟାର କାର୍ କୋଚ୍ ସଂଯୋଗ କରାଯିବ। ଫଳରେ କୋଚ୍ ସଂଖ୍ୟା ୨୦ରେ ପହଞ୍ଚିବ।ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସରେ ଅତିରିକ୍ତ କୋଚ୍ ସଂଯୋଗ ଦ୍ୱାରା ଏହାର ଗଠନରେ ବୃଦ୍ଧି ପରେ ଏହାର ରେକ୍ କମ୍ପୋଜିସନ୍ରେ ୧୬ଟି ଏସି ଚେୟାର କାର୍ କୋଚ୍, ୨ଟି ଏକଜିକ୍ୟୁଟିଭ୍ ଚେୟାର କାର୍ କୋଚ୍ ଏବଂ ୨ଟି କ୍ରିୟୁ ଏବଂ ଏସି ଚେୟାର କାର୍ କୋଚ୍ ଉପଲବ୍ଧ ରହିବ ବୋଲି ସୂଚନା ଦିଆଯାଇଛି । ପୁରୀ ଓ ହାୱଡ଼ା ମଧ୍ୟରେ ଚଳାଚଳ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ସେମି-ହାଇ-ସ୍ପିଡ୍ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହାର ଗଠନରେ ଚାରୋଟି ଏସି ଚେୟାର କାର୍ କୋଚ୍ ଯୋଡାଯିବାର ଲକ୍ଷ୍ୟ ରଖାଯାଇଛି ।ଯାତ୍ରୀଙ୍କ ଚାହିଦା ଏବଂ ଟ୍ରେନ ଯାତ୍ରା ପରିଚାଳନାର ପୁଙ୍ଖାନୁପୁଙ୍ଖ ସମୀକ୍ଷା ପରେ ଏହାର ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବର୍ଦ୍ଧିତ କୋଚ କ୍ଷମତା ଯାତ୍ରା ସୁବିଧାରେ ଉନ୍ନତି ଆଣିବ ଯାହା ଦ୍ୱାରା ୱେଟିଙ୍ଗ ଲିଷ୍ଟ୍ ହ୍ରାସ ପାଇବା ସହ ଏହି ପ୍ରିମିୟମ୍ ଟ୍ରେନ୍ ସେବାକୁ ଆହୁରି ଲୋକପ୍ରିୟ କରିବ ବୋଲି ଆଶା କରାଯାଉଛି।
