ପୁଷ୍ପା ୨ର ନିର୍ମାତାଙ୍କ ଘରେ ଆୟକର ଚଢ଼ାଉ

ତେଲୁଗୁ ଚଳଚ୍ଚିତ୍ର ଶିଳ୍ପର ଅନେକ ବଡ଼ ନିର୍ମାତାମାନଙ୍କ ଘର ଏବଂ କାର୍ଯ୍ୟାଳୟରେ ମଙ୍ଗଳବାର ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏହି ତାଲିକାରେ ‘ଗେମ୍‌ ଚେଞ୍ଜର’ ଓ ‘ପୁଷ୍ପା-୨’ ନିର୍ମାତାଙ୍କ ନାମ ମଧ୍ୟ ସାମିଲ ଅଛି।ପୁଷ୍ପା ୨ର ଫିଲ୍ମ ନିର୍ମାତା ନବୀନ ୟରନେନୀଙ୍କ ଘରେ ଏବଂ ଅଫିସରେ ଏବେ ଆୟକର ବିଭାଗ ଚଢ଼ାଉ କରିଛି।

ଏହା ସହିତ ସାଉଥ୍‌ର ପ୍ରମୁଖ ପ୍ରଡ୍ୟୁସରରେ ଗଣା ଦିଲ୍ ରାଜୁ ଏବଂ ୱାଇ ରବି ଶଙ୍କରଙ୍କ ଘର ଏବଂ କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରାଯାଇଛି।ପୁଷ୍ପା ୨ ଫିଲ୍ମ ବର୍ତ୍ତମାନ ସୁଦ୍ଧା ୧୮୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଲାଣି। ଅଲ୍ଲୁ ଅର୍ଜୁନ ଏବଂ ଏହାର ନିର୍ମାତା ଫିଲ୍ମର ସଫଳତାକୁ ବେଶ ଉପଭୋଗ ମଧ୍ୟ କରୁଛନ୍ତି।କୁହାଯାଉଛି ପୁଷ୍ପା ୨ର ଏତେ ରୋଜଗାର ହୁଏତ ଏଥିପାଇଁ କାରଣ ହୋଇଥାଇପାରେ। କିନ୍ତୁ ଚଢ଼ାଇ ହେବାର ପ୍ରକୃତ କାରଣ କ’ଣ ତାହା ଜଣାପଡ଼ିନି।

You might also like